ଅପରାଧ ରାଜ୍ୟ

ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ, ଅରାଜି ହେବାରୁ ଭଉଣୀ ଘର ଲୋକଙ୍କୁ କଲେ ଆକ୍ରମଣ

ଜଳେଶ୍ବର ୨।୬: ଜମିବାଡ଼ି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ । ମା’ ଯିବାପାଇଁ ଅମଙ୍ଗ ହେବାରୁ ଭଉଣୀ ଘର ଲୋକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଭାଇ ଏବଂ ତାଙ୍କ ସହଯୋଗୀ । ଶେଷରେ ନ୍ୟାୟ ପାଇଁ ଥାନାରେ ଆଶ୍ରୟ ନେଇଛନ୍ତ ବୃଦ୍ଧା ମା’ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଦକ୍ଷିଣ ପଡା ଗ୍ରାମର ୭୦ବର୍ଷ ବୟସ୍କା ବୃଦ୍ଧା ବାସନ୍ତୀ ପାତ୍ରଙ୍କ ପୁଅ ଏବଂ ବୋହୂ ସମ୍ପତ୍ତି ଲୋଭରେ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିଲେ । ନ୍ୟାୟ ପାଇଁ ବୃଦ୍ଧା ଜଣଙ୍କ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଭେଟିବା ସହିତ ପୁଅ ଏବଂ ବୋହୂ ନାମରେ କୋର୍ଟରେ କେସ୍ କରିଥିଲେ । ବୃଦ୍ଧା ଜଣଙ୍କ ଏବେ ଜାମଳା ଗ୍ରାମରେ ଥିବା ନିଜ ଝିଅ ଘରେ ରହି ଆସୁଥିଲେ ।

ବୁଧବାର ପୁଅ-ବୋହୂ ଭଉଣୀ ଘର ଯାମଳାକୁ ଆସି ମା’ଙ୍କୁ ଘରକୁ ନେବାକୁ କହିଥିଲେ । ବୃଦ୍ଧା ଜଣଙ୍କ ଯିବାକୁ ଅରାଜି ହେବାରୁ ବୃଦ୍ଧାଙ୍କ ପୁଅ-ବୋହୂ ଏବଂ ତାଙ୍କର ସହଯୋଗୀ ଭଉଣୀ ଘରର ଫସଲ ସବୁ ନଷ୍ଟ କରିଦେଇଥିଲେ । ଭଉଣୀ ଘରଲୋକ ପ୍ରତିବାଦ କରିବାରୁ ପୁଅ-ବୋହୂ ଏବଂ ତାଙ୍କ ସହଯୋଗୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଭଉଣୀ ପରିବାରର ସଦସ୍ୟ ଏବଂ ବୃଦ୍ଧା ବାସନ୍ତୀ ପାତ୍ର । ଏହି ଆକ୍ରମଣରେ ଭଉଣୀଙ୍କ ପୁଅ ଏବଂ ବୋହୂ ଦୁହେଁ ଗୁରୁତର ହୋଇ ବାଲିଆପାଳ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ବେଳେ ବୃଦ୍ଧା ଜଣଙ୍କ ନ୍ୟାୟ ପାଇଁ ବାଲିଆପାଳ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।