ଅପରାଧ ରାଜ୍ୟ

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

ପଦ୍ମପୁର ୨।୬: ବରଗଡ ଜିଲ୍ଲା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର । ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଆବନ୍ଧ ଛକ ନିକଟରେ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ କରାଯାଇଛି । ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି ସନ୍ଦେହରେ ପୋଲିସକୁ ଖବର ଦେଉଛନ୍ତି ଦୋକାନୀ, ସେମାନଙ୍କୁ ତାଗିଦ କରିଛନ୍ତି ମାଓବାଦୀ । ସେମାନେ ଜାଣିଛନ୍ତି କେଉଁମାନେ ଖବର ଦେଉଛନ୍ତି, ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ ଦେଇଛନ୍ତି ମାଓବାଦୀ ସଂଗଠନ ।

ବିଭିନ୍ନ ଗ୍ରାମର କିଛି ଲୋକଙ୍କୁ ସେମାନେ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ସେମାନଙ୍କ ନାମ ଓ ଗ୍ରାମର ନାମ ଲେଖା ହୋଇଛି ଏବଂ ସୁଧୁରିଯିବା ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ । ମାଓବାଦୀ ସଂଗଠନ (BBM), ବରଗଡ଼, ବଲାଙ୍ଗୀର ଓ ମହାସମୁନ୍ଦ ସଙ୍ଗଠନ ଏହି ବ୍ୟାନର ଲଗାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।