ଅପରାଧ ରାଜ୍ୟ

ଭଉଣୀକୁ ଏକତରଫା ପ୍ରେମ, ବାଧା ଦେବାରୁ ଭାଇକୁ ଛୁରାମାଡ କଲା ବିଫଳ ପ୍ରେମିକ

ଆନନ୍ଦପୁର ୧।୬: ଭଉଣୀକୁ ପ୍ରେମ ନିବେଦନ କରି ବିଫଳ ହେଲା ଯୁବକ । ଭାଇ ବାଧା ଦେବାରୁ ଘରୁ ଡାକିଆଣି ଛୁରୀ ମାଡ କଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ ।

ସୂଚନାଯୋଗ୍ୟ ଯେ, ମୋଚିନ୍ଦା ଗାଁର ରବୀନ୍ଦ୍ର ସାହୁଙ୍କ ପୁଅ ବୁବୁ ଆନନ୍ଦପୁର ପୌରାଞ୍ଚଳର ସୁଭମଶ୍ରୀ ବିଶ୍ବରଞ୍ଜନ ଜେନା ସହ ସାଙ୍କ ହେଉଥିଲେ । ସୁଭମ ମେଚିନ୍ଦାରେ ସ୍ଥିତ ବୁବୁଙ୍କ ଘରକୁ ଯିବାଆସିବା କରୁଥିଲେ । ଏମିତି ଯିବାଆସିବା ଭିତରେ ବୁବୁଙ୍କ ଭଉଣୀଙ୍କୁ ପ୍ରେମ ନିବେଦନ କରିବା ସହ କମେଣ୍ଟ ମାରୁଥିଲା । ଏସବୁ ଜାଣିବା ପରେ ବୁବୁ ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ବୁବୁଙ୍କୁ ଘର ଡାକି ଆଣିଥିଲେ ସୁଭମ । ଏହାପରେ ଏକ ଧାରୁଆ ଛୁରୀରେ ବୁବୁଙ୍କୁ ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ବୁବୁଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଗ୍ରାମବାସୀମାନେ ସୁଭମକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।