ମୁମ୍ବାଇ ୦୧।୦୬: ବର୍ତ୍ତମାନ ବି-ଟାଉନ୍ରେ ବିବାହ ନାଁ ଥମିବାରେ ଧରୁନି । ଜଣକ ପରେ ଜଣେ ବିବାହରେ କରିବାରେ ଲାଗିଛନ୍ତି। ଗୋଟିଏ ପରେ ଗୋଟିଏ, କଳାକାର ସାତ ଫେରା ନେଉଛନ୍ତି। ନିକଟରେ ଜଣେ ଟେଲି ଷ୍ଟାର ବିବାହ କରିଛନ୍ତି। ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡର ହାତ ଧରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନବ ବିବାହିତ ଦମ୍ପତିଙ୍କର ଫଟୋ ସାମ୍ନାକୁ ଆସିଛି।
ଜଣାଶୁଣା ଟେଲି ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପପି ଜବଲଙ୍କୁ ବିବାହ କରିଛନ୍ତି। ୧୦ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ କରଣ ଏବଂ ପପି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ବିବାହ ହିମାଚଳ ପ୍ରଦେଶରେ ହୋଇଥିଲା। ଏଥିରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ସାମିଲ୍ ଥିଲେ। ପ୍ରଶଂସକମାନେ ଉତ୍ସାହର ସହିତ ଉଭୟଙ୍କ ବିବାହକୁ ଅପେକ୍ଷା କରିଥିଲେ।
କରଣ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ବିବାହର ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଦୁହିଁଙ୍କୁ ରାଜକୀୟ ଲୁକରେ ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପତ୍ନୀ ପପି ଏବଂ କରଣ ଉଭୟ ଏକା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। କହିବାକୁ ଗଲେ କରଣ ଏବଂ ପପିଙ୍କ ପ୍ରେମ କାହାଣୀ ପ୍ରଥମେ ପାର୍କିଂ ସ୍ଥାନରୁ ଆରମ୍ଭ ହୋଇଥିଲା। ଉଭୟ ବନ୍ଧୁରୁ ପରସ୍ପରର ନିକଟତର ହୋଇଥିଲେ। ଉଭୟ ନିଜ ସମ୍ପର୍କକୁ ୧୦ ବର୍ଷ ସମୟ ଦେବାପରେ ଏବେ ବିବାହ କରିଛନ୍ତି।

