ଆଗରା ୦୧/୦୬: ଟିମ ଇଣ୍ଡିଆ CSKର ବୋଲର ଦୀପକ ଚହର ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ନିଜର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟା ଭାରଦ୍ୱାଜଙ୍କ ସହ ବିବାକ କରିବାକୁ ଯାଉଛନ୍ତି । ଆଗରା ବାୟୁ ଆଗରାର ବାୟୁ ବିହାରରେ ରହୁଥିବା ଚହର ଫତେହବାଦ ସ୍ଥିତ ଜେପି ପ୍ୟାଲେସରେ ସାତ ଫେରା ନେବେ । ମଙ୍ଗଳବାର ଥିଲା ତାଙ୍କର ମେହେନ୍ଦୀ ଏବଂ ସଂଗୀତ ରସମ ।
ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମେହେନ୍ଦୀ ଏବଂ ସଂଗୀତ ସମାରୋହରେ କପଲ ଦେଶୀ ଅନ୍ଦାଜ ଲକୁକୁ ବହୁତ ପସନ୍ଦ କରିଥିଲେ ଫ୍ୟାନ୍ସ । ଆଜି ରାତିରେ ବିବାହ ସମାରୋହ ଅନୁଷ୍ଠିତ ହେବ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଏବଂ ବିରାଟ କୋହଲିଙ୍କ ଭଳି ଷ୍ଟାର କ୍ରିକେଟର ସାମିଲ ହେବେ ।
ଚହରଙ୍କ ରୟାଲ ବିବାହରେ ଶାହୀ ଦାଓ୍ୱତର ଆୟୋଜନ କରାଯାଇଛି । ଫୁଡ ମେନ୍ୟୁରେ ସ୍ପୋଶାଲ ଚାର୍ଟ ବ୍ୟତୀତ ହାଥରସର ରାବିଡୀ ସାମିଲ ହେବ । ଏହା ବାଦ୍ ଅନେକ ଫୁଡ ମେନ୍ୟୁର ସ୍ଥାନ ପାଇଛି । ଦୀପକ ଚହର ଗତ ବର୍ଷ IPL ମ୍ୟାଚ୍ ସମୟରେ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ କରିଥିଲେ ।