ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ମନ୍ଦିରରୁ ୧୦ କେଜି ଓଜନ ରୁପା ମୂର୍ତ୍ତି ଚୋରି କରିନେଲେ

ଆନନ୍ଦପୁର ୦୧/୦୬: ଘଷିପୁରା ଥନା ଦେଓଗାଁ ଠାରେ ଅବସ୍ଥିତ କେନ୍ଦୁଝର ଜିଲ୍ଲାର ସର୍ବ ପ୍ରାଚୀନ ଶୈବପୀଠ ବାବା କୁଶଳେଶ୍ୱରଙ୍କ ମନ୍ଦିର ରୁ ଚୋରୀ ହୋଇଛି । ଗତକାଲି ରାତିରେ କେହି ଦୃର୍ବୃତ୍ତ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦୀର ଫାଟକ ତାଲାଭାଙ୍ଗି ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି ।

ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦ କେଜି ହୋଇଥିବାବେଳେ ଏହା କେଉଁ କାଳରୁ ଏଠାରେ ପୂଜା ପାଇ ଆସୁଥିଲେ । ଆଜି ସକାଳୁ ନୀତିକାନ୍ତି ପାଇଁ ମନ୍ଦିର ଖୋଲିବା ସମୟରେ ଚୋରି ଘଟଣା ସାମ୍ନାକୁ ଆସିବାପରେ ପୋଲିସକୁ ଖବର କରିବାରୁ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଚୋରି ଘଟଣାକୁ ନେଇ ମନ୍ଦିର ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ । ସ୍ଥାନିୟ ଅଞ୍ଚଳର ମଠ ମନ୍ଦିରରୁ ବାରମ୍ଭାର ଚୋରି ନେଇ ଅସୋନ୍ତୋଷ ପ୍ରକାଶ ପାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।