ଅପରାଧ ରାଜ୍ୟ

ଦୁର୍ଘଟଣାରେ ଜେଜେ ବାପା ମୃତ, ନାତି ଗୁରୁତର: ମାଛ ଧରି ବାଇକରେ ଫେରୁଥିବାବେଳେ ଧକ୍କା ଦେଲା ଗାଡି

ସୋର ୦୧/୦୬: ମାଛ ଧରି ବାଇକ ଯୋଗେ ଫେରୁଥିବା ବେଳେ ଅଜଣା ଗାଡି ଧକାରେ ବୁଢା ବାପା ମୃତ୍ୟୁ ନାତି ଗୁରୁତର । ସୋରୋ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢ଼ାବା ନିକଟରେ ଦୁର୍ଘଟଣା ଘଟି ସବିରା ପଂଚାୟତ ସୁନାରି ଗ୍ରାମ ଦିବାକର ମାଝୀ ଓ ନାତି ଗଜେନ୍ଦ୍ରକୁ ଏକ ଅଜଣା ଗାଡି ଧକା ଦେଇଥିଲା ।

ଉଭୟ ବୁଢା ବାପା ନାତି ସୋରରୁ ମାଛ ଧରି ଗାଁ ସୁନାରୀକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ଖବର ପାଇ ସୋର ପୋଲିସ ସ୍ୱେଚ୍ଛାସେବୀ ସଂଗଠନ ହେଲପିଂ ହେଡ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦିବାକରକୁ ମୃତ ଘୋଷଣା କରିଥିଲା ବେଳେ ନାତି ଗଜେନ୍ଦ୍ର ଗୁରୁତରକୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ପଠାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।