ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

KKଙ୍କ ଦେହାନ୍ତରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା, ବଡ ବଡ ସେଲିବ୍ରିଟି ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଳୀ ୦୧।୦୬ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅକାଳ ବିୟୋଗ ପରେ କେ.କେ.ଙ୍କ ଦେହାନ୍ତ ହେବା ସମସ୍ତଙ୍କ ପାଇଁ ଏକ ବଡ ଝଟକା। କୋଲକାତାର ଲାଇଭ୍ କନସର୍ଟ ପରେ ବଲିଉଡର ଜଣାଶୁଣା ଗାୟକ କେ.କେଙ୍କର ଦେହାନ୍ତ ହୋଇଛି। କୋଲକାତାର ଏକ ଇଭେଣ୍ଟରେ କାର୍ଯ୍ୟକ୍ରମ କରିବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ସେହି ସମୟରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କେ.କେଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକ ତଥା ବଲିଉଡ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗି ପଡିଛି । ପିଏମ ମୋଦୀଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ସଂଗୀତ ଜଗତର କଳାକାରମାନେ କେ.କେ.ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ତାଙ୍କ ମୃତ୍ୟୁରେ ଅଜୟ ଦେବଗନ୍ ଟ୍ୱିଟ୍ କରି କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଖବର। ଲାଇଭ୍ ପ୍ରଦର୍ଶନ ପରେ କେ.କେ.ଙ୍କ ଦେହାନ୍ତ ଖବର ଶୁଣିବା ଅତ୍ୟନ୍ତ ଭୟଙ୍କର। ସେ ଯେଉଁ ଫିଲ୍ମ ଗୁଡ଼ିକରେ ଗୀତ ଗାଇଥିଲେ ମୁଁ ତାଙ୍କ ସହ ଜଡିତ ଥିଲି । ତେଣୁ ତାଙ୍କ ଆତ୍ମା କୁ ​​ଶାନ୍ତି ମିଳୁ । ତାଙ୍କ ପରିବାର ପ୍ରତି ପ୍ରାର୍ଥନା ଏବଂ ସମବେଦନା ।

ଅନ୍ୟପଟେ ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି, କେ.କେ.ର ମୃତ୍ୟୁ ଖବର ଶୁଣି ଦୁଖିତ ଏବଂ ଚକିତ … । ବରୁଣ ଧାୱନ, ବିବେକ ଓବରୋଇ, ସଲିମ ମର୍ଚାଣ୍ଟ, ଅଦନାନ ସାମି, ଅନୁ ମଲିକ, ଅଭିଷେକ ବଚ୍ଚନ ଏବଂ କରଣ ଜୋହରଙ୍କ ସମେତ ଅନେକ ବଡ ବଡ ତାରକା କେ.କେ.ଙ୍କ ଦେହାନ୍ତ ଖବରରେ ଆଶ୍ଚର୍ଯ୍ୟ ହୋଇଥିବା ସହ ସମବେଦନା ଜଣାଇଛନ୍ତି ।

କେ.କେ ଦକ୍ଷିଣ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପୁରା ନାମ କୃଷ୍ଣ କୁମାର କୁନ୍ନାଥ। ଅଳ୍ପ ସମୟରେ ତାଙ୍କ ଗୀତ ଲୋକଙ୍କ ଦୃଦୟରେ ସ୍ଥାନ ସୃଷ୍ଟି କରିଥିଲା । ତାଙ୍କୁ ବଲିଉଡର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରେ ଗଣାଯାଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ