ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK, ଲାଇଭ୍‌ କନସର୍ଟ ପରେ ହୋଇପଡିଥିଲେ ଅଚେତ

କୋଲକାତା ୦୧।୦୬: ସଙ୍ଗୀତ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ବଲିଉଡ୍ ପ୍ରସିଦ୍ଧ ସିଙ୍ଗର କେକେ ଓରଫ କ୍ରୃଷ୍ଣ କୁମାର କୁନ୍ନଥଙ୍କର ଦେହାନ୍ତ ହୋଇଛି । କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମାତ୍ର ୫୩ ବର୍ଷ ବୟସରେ କେକେଙ୍କର ମୃତ୍ୟୁ ହୋଇଛି । ହିନ୍ଦି , ତେଲୁଗୁ, କନ୍ନଡ, ତାମିଲ, ବେଙ୍ଗଲି , ଗୁଜୁରାଟି , ମରାଠୀ ଆଦି ବିଭିନ୍ନ ଭାଷାରେ ସେ ଶତାଧିକ ଗୀତ ଗାଇଛନ୍ତି।

ଖବର ଅନୁଯାୟୀ, କୋଲକାତାରେ ଗୁରୁଦାସ କଲେଜ୍‌ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବଲିଉଡର ଏହି ଲୋକ ପ୍ରିୟ କଣ୍ଠଶିଳ୍ପୀ କେକେଙ୍କର ନିଧନରେ ସବୁଠି ଶୋକର ଛାୟା ଖେଳିଯାଇଛି । କେକେଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।

କେକେ ନିଜ କ୍ୟାରିୟରରେ ଅନେକ ଫେମସ୍‌ ଗୀତ ଗାଇଛନ୍ତି । ତାମଧ୍ୟରୁ ବଲିଉଡ୍‌ରେ ପ୍ରାୟ ୨୦୦ରୁ ଅଧିକ ଗୀତ ଗାଇଛନ୍ତି । ଏହାବ୍ୟତୀତ ତେଲୁଗୁ, କନ୍ନଡ, ତାମିଲ, ବେଙ୍ଗଲି, ଗୁଜୁରାଟି, ମରାଠୀ ଆଦି ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ