ଅପରାଧ ଦେଶ ବିଦେଶ

ବିଷ ପିଇ ହ୍ରଦକୁ ଡେଇଁ ଆତ୍ମହତ୍ୟା କଲେ ଗୋଟିଏ ପରିବାର

ହାଇଦ୍ରାବାଦ ୦୧/୦୬ : ହାଇଦ୍ରାବାଦ ଉପକଣ୍ଠର ନାଦରଗୁଲ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଛନ୍ତି ବୋଲି ମଙ୍ଗଳବାର ପୋଲିସ କହିଛି। ସୋମବାର ବିଳମ୍ୱିତ ରାତିରେ ଗୋଟିଏ ପରିବାରର ସ୍ୱାମି-ସ୍ତ୍ରୀ ତାଙ୍କର ଦୁଇଟି ଛୋଟ ପିଲାଙ୍କୁ ଧରି ରଙ୍ଗା ରେଡ୍ଡି ଜିଲ୍ଲାରେ ଥିବା କୁରମଲଗୁଡ଼ା ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେହି ମୃତଦେହଗୁଡ଼ିକୁ ପୋଲିସ ହ୍ରଦରୁ ଉଦ୍ଧାର କରିଛି। ଖବର ସରବରାହ ସଂସ୍ଥା ଆଇଏଏନଏସ ଅନୁସାରେ ମୃତବ୍ୟକ୍ତିଙ୍କ ପରିଚୟ କ୍ୟୁଦ୍ଦୁସ ପାସା (୩୭),ଫାତିମା (୨୮), ମେହର (୯) ଓ ଫିର୍ଦ୍ଦୋସ ବେଗମ (୬)ବୋଲି ପୋଲିସ କହିଛି। ଆତ୍ମହତ୍ୟା କରିବା ପୂର୍ବରୁ ମୃତକମାନେ ବିଷ ପିଇଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି କୁଦ୍ଦୁସ ପାସା ଓ ମେହେରଙ୍କୁ ପାଣିରୁ ଟାଣିଆଣିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।

ପୋଲିସ ଅନ୍ୟଦୁଇ ପିଲାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲା କିନ୍ତୁ ସଫଳ ହୋଇନଥିଲା। ଆଇଏଏନଏସ ରିପୋର୍ଟ ଅନୁସାରେ ମଙ୍ଗଳବାର ତାଙ୍କ ମୃତ ଦେହକୁ ହ୍ରଦରୁ ଉଦ୍ଧାର କରାଯାଇଥିଲା। ୪ ଜଣଙ୍କ ମୃତଦେହକୁ ଓସମାନଆ ଜେନେରାଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଆର୍ଥିକ ସମସ୍ୟା ପାଇଁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କର ସମ୍ପର୍କିୟମାନେ କହିଛନ୍ତି। କୁଦ୍ଦୁସ ଅନ୍ୟମାନଙ୍କ ଠାରୁ ଟଙ୍କା କରଜ ଆଣି ସେମାନଙ୍କୁ ଫେରାଇବାକୁ ଅକ୍ଷମ ଥିଲେ ବୋଲି ଜଣା ପଡ଼ିଛି। ସେ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ୧୦ହଜାର ଟଙ୍କା ଧାର୍ ଦେବା ପାଇଁ କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ