ଅପରାଧ ରାଜ୍ୟ

ରାତି ଅଧରେ ପାଣି ମାଗିଲେ, ନଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲିପାଟଣା ୦୧।୦୬: ରାତି ଅଧରେ ପାଣି ମାଗିଲେ । ନଦେବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁର୍ବୃତ୍ତ ମଦ ପିଇବା ପାଇଁ ପାଣି ମାଗିଥିଲେ । ହୋଟେଲ ବନ୍ଦ ହୋଇଯାଇଥିବା କହି ହୋଟେଲ କର୍ମଚାରୀ ପାଣି ଦେବାକୁ ମନା କରିଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀ ଏବଂ ୨ ଦୁବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିଥିଲେ ଦୁବୃତ୍ତ । ହଠାତ୍‌ ଜଣେ ଦୁବୃତ୍ତ ଏକ ଭୁଜାଲିରେ ହୋଟେଲର ରୋଷେୟା ସାଗରଙ୍କ ପିଠିକୁ ଭୁଜାଲିରେ ହାଣି ପକାଇଥିଲା । ଯାହାଫଳରେ ସାଗର ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ ।

ସେପଟେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଖବର ପାଇ ପାହାଳ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ସାଗର ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲେ । ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।