ଅପରାଧ ରାଜ୍ୟ

ରାଜେନ୍ଦ୍ରପୁର ନରବଳୀ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଯାଜପୁର ୩୧।୦୫: ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଜେନ୍ଦ୍ରପୁର ଗାଁରେ ନରବଳୀ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ନରବଳୀ ଘଟଣାରେ ଅଭିଯୁକ୍ତ ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଏତଦ୍ ବ୍ୟତୀତ ୩୫ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍।

ଖବର ଅନୁଯାୟୀ, ୨୦୧୫ ମସିହା ଫେବ୍ରୁଆରୀ ମାସ ୨୬ ତାରିଖରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁର ଅଭିଷେକ ନାୟକକୁ ବଳି ଦେବାପାଇଁ ଦୀପକ ବାରିକ ଡାକି ନେଇଥିଲା। ଏହାପର ଅଭିଷେକଙ୍କ ମୃତଦେହ ଗାଁର ମଙ୍ଗଳା ମନ୍ଦିର ପାଖରୁ ମିଳିଥିଲା। ଦୀପକ ବାରିକକୁ ଗୁଣିଗାରେଡ଼ି ସନ୍ଦେହରେ ଗିରଫ କରାଯାଇଥିଲା। କୁଆଖିଆ ଥାନାରେ ୨୯/୨୦୧୫ ରେ ଏନେଇ ଏକ ମାମଲା ରୁଜୁ ହୋଇ ବିଚାରଧୀନ ଥିଲା। ଏବେ ଏହି ଘଟଣାକୁ ନେଇ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨୪ ଜଣ ସାକ୍ଷୀଙ୍କ ଆଧାରରେ ଆସାମୀ ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ଦୋଷୀଙ୍କୁ ୩୫ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।