ଅପରାଧ ରାଜ୍ୟ

୬ ଘରୁ ସିରିଜ୍ ଚୋରି, ବାଡି ପଟେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଗଲେ ଚୋର

ଗଞ୍ଜାମ, ୩୧|୦୫: ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗ୍ରାମ ଝାଞ୍ଜିରୀ ସାହିରେ ସିରିଜ୍ ଚୋରି । ସୋମବାର ରାତିରେ ଚୋରମାନେ ଲଗାତର ୬ ଜଣଙ୍କ ଘରେ ପଶି ଲୁଟ୍ କରି ଫେରାର ହୋଇଯାଇଛନ୍ତି ।

ରାତିରେ ଚୋରମାନେ ବାଡିପଟ ଦେଇ ୬ ଜଣଙ୍କ ଘରେ ପଶିଥିଲେ । ସେମାନେ ସାହିର ସନ୍ୟାସୀ ଗୌଡ଼, କାହ୍ନଉ ଗୌଡ଼, ଗୌର ପଳେଇ, ବୈଷମ ବେହେରା, ସୁନୀଳ ଗୌଡ଼, ସନ୍ତୋଷ ଗୌଡ଼ଙ୍କୁ ପରିବାରକୁ ଟାର୍ଗେଟ୍ କରିଥିଲେ । ଏହାସହ ବାଡି ପଟେ ଥିବା କବାଟକୁ ଭାଙ୍ଗି ଘର ଭିତରେ ପଶିବା କଳାକନା ବୁଲାଇଥିଲେ l

ତେବେ ଲୁଟ୍ ହୋଇଥିବା ସୁନାର ପରିମାଣ ୧୦ ତୋଳା ହୋଇଥିବା ବେଳେ ପ୍ରାୟ ୧ଲକ୍ଷ ଟଙ୍କା ବି ସେମାନେ ନେଇ ଯାଇଛନ୍ତି । ଘଟଣାସ୍ଥଳରେରେ ତାରାସିଂଙ୍ଗ ଓ ଗାଲେରୀ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।