ମୁମ୍ୱାଇ ୩୧/୦୫: ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିବାର ସ୍ୱପ୍ନ ପୂରଣ ହୋଇପାରିନି । ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ଗୁଜୁରାଟ ଟାଇଟାନ୍ସଠାରୁ ଫାଇନାଲ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି । ରାଜସ୍ଥାନ ରୟାଲ୍ସ ଟାଇଟଲ୍ ଜିତି ପାରି ନଥିଲା । କିନ୍ତୁ ଦଳର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ କମଳା ଅରେଞ୍ଜ କ୍ୟାପ୍ ଏବଂ ସ୍ପିନର ୟୁଜଭେନ୍ଦ୍ର ଚହଲ ପର୍ପଲ କ୍ୟାପ୍ କବଜା କରିଥିଲେ ।
ପରାଜୟର କ୍ଷତକୁ ଭୁଲି ବଟଲର ଘରକୁ ଯିବା ପୂର୍ବରୁ ବହୁତ ମଜା କରିଥିଲେ । ବାସ୍ତବରେ, ଚହଲଙ୍କ ପତ୍ନୀ ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଧନଶ୍ରୀ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଅରେଢ୍ଜ ଏବଂ ପର୍ପଲ ମଧ୍ୟରେ ଗୋଲାପୀ । ଚହଲ ଏବଂ ବଟଲରଙ୍କ ପ୍ରତି ମୋର ସମ୍ମାନ ଏବଂ ପ୍ରେମ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ ।
ବଟଲର ତୁମେ ଜଣେ ଭଦ୍ରଲୋକ ଏବଂ ସବୁଠାରୁ ଚମତ୍କାର ବ୍ୟକ୍ତିତ୍ୱ । ଯିବା ପୂର୍ବରୁ ଆମେ ଦୁହେଁ ଦୁହିଁଙ୍କୁ ଯାହା କଥାହେଲୁ ସେସବୁ ଠିକ୍ । ଆମେ ଟ୍ରଫି ସିନା ଜିତିଲୁନି ହେଲେ ହୃଦୟ ଜିତିଯାଇଛୁ । ମୁଁ ବହୁତ ଭାଗ୍ୟଶାଳୀ ଯେ, ଏଠାରେ ମୁଁ ମୋର ଆଉ ଗୋଟିଏ ଛୋଟିଆ ଫ୍ୟାମିଲି କରିପାରିଛି ।