ଅପରାଧ ରାଜ୍ୟ

ଦୋକାନୀଙ୍କୁ ଭୟଭୀତ କରାଇ ଲୁଟ୍‌, ଯୁବକ ଗିରଫ, ଦେଶୀ ପିସ୍ତଲ ଜବତ

ଝାରବନ୍ଧ: ଜଣେ ଦୋକାନ ମାଲିକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ୍‌ କରି ଫେରାର ଥିବା ଯୁବକକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ତା’ଠାରୁ ପୁଲିସ୍‌ ଏକ ଦେଶୀ ପିସ୍ତଲ ସହ ନଗଦ ଟଙ୍କା ଓ ଏକ ବୁଲେଟ୍‌ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ଯୁବକ ଜଣକ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ କଟାଙ୍ଗପାଲି ଗାଁର ମୁକେଶ ରଞ୍ଜନ ସାହୁ ବୋଲି ଜଣାପଡ଼ିଛି।

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଛୋଟଅନକି ପଞ୍ଚାୟତ ଘୁଚାପାଲିଠାରେ ଏକ ମେଳା ଅନୁଷ୍ଠିତ ହେଉଛି। ଏଠାରେ ପାଇକମାଳ ଥାନା କଟାଙ୍ଗପାଲି ଗାଁର ମୁକେଶ ରଞ୍ଜନ ସାହୁ ଏକ ଦୋକାନ ମାଲିକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ କରି ଫେରାର ହୋଇଥିଲା। ଏବିଷୟରେ ପୁଲିସକୁ ଖବର ଦେବା ପରେ କୋତନାଠାରେ ପୁଲିସ୍‌ ମୁକେଶକୁ କାବୁ କରିଥିଲା। ଥାନାକୁ ଆଣି ଜେରା କରିବା ସମୟରେ ମୁକେଶ ନିକଟରୁ ଏକ ଦେଶୀ ପିସ୍ତଲ, ୩୬୦୦ ଟଙ୍କା ସହିତ ଏକ ବୁଲେଟ ବାଇକ (ଓଡି୧୭-ଏଲ୍‌- ୭୮୦୯)କୁ ଜବତ କରିଛି। ଝାରବନ୍ଧ ଥାନା କେସ୍ ନଂ ୭୭ ଭାରତୀୟ ଦଣ୍ଡବିଧି ଆଇନ ୩୯୨, ଆର୍ମ ଏକ୍ଟ ୨୫/୨୭ରେ ମାମଲା ରୁଜୁ କରି ପୁଲିସ୍‌ ମୁକେଶକୁ କୋର୍ଟ ଚାଲାଣ କରିଛି। ମୁକେଶ ନାମରେ ଉପଖଣ୍ଡ ଅଂଚଳର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଝାରବନ୍ଧ ଥାନାଧିକାରୀ ଦିଲ୍ଲୀପ ବେହେରା ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।