ଅପରାଧ ରାଜ୍ୟ

ଥଣ୍ଡା ପାନୀୟରେ ନିଶା ଦେଇ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ କବିରନଗର ଥାନାରେ ମହିଳା ଅଭିଯୋଗ କରିଥିବା ଜଣାଯାଇଛି। ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୁଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୁଲିସ।
ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ସଂପୃକ୍ତ ୨୪ ବର୍ଷୀୟା ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଘରୋଇ ଏକ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ। ସେଠାରେ ପୂର୍ବରୁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିବା ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା। ସଂପୃକ୍ତ ଯୁବକ ତାଙ୍କୁ ଜାଗମରାରେ ଥିବା ଏକ ହୋଟେଲକୁ ନେଇ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ଅଶ୍ଲୀଳ ଭିଡିଓ ବି ସୁଟିଂ କରିଥିଲେ। ସେପ୍ଟେମ୍ବର ୧୬ରୁ ୧୮ ତାରିଖ ଯାଏଁ ୩ ଦିନ ଧରି ଅଭିଯକ୍ତ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଇସା ନ ଦେଲେ ସେ ବ୍ଲାକମେଲ କରିବାକୁ ଧମକ ଦେଇଥିଲା। ପରେ ସେ ୨ ଲକ୍ଷ ଟଙ୍କା ନେଇଥିଲେ। ୨ ଲକ୍ଷ ଟଙ୍କା ନେବା ପରେ ବି ନିର୍ଯାତନା ଥମି ନଥିଲା। ଶେଷରେ ଛତିଶଗଡ଼ ଯାଇ ସେ ଥାନାରେ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।