ଅପରାଧ ରାଜ୍ୟ

ବ୍ରହ୍ମଗିରି: ୧୨ ବର୍ଷ ବିତିଲା, ସରୁନି ଉପକୂଳ ସୁରକ୍ଷା ପ୍ରାଚୀର; ଭୁଶୁଡ଼ିବ କଲର୍ଭଟ, ଖସିଲାଣି ପଥର ପ୍ୟାକିଂ

ବ୍ରହ୍ମଗିରି : ଫାଇଲିନ୍‌ ବାତ୍ୟା ପରେ ଚିଲିକା ଉପକୂଳରେ ଥିବା ଜନବସତିକୁ ସୁରକ୍ଷା ପାଇଁ ସରକାର ଉପକୂଳ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ଯୋଜନା କଲେ। ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ସାତପଡ଼ାଠାରୁ ମୋଟ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଉପକୂଳ ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ ହେବ ବୋଲି ସ୍ଥିର ହୋଇ କାମ ଆରମ୍ଭ ହେଲା। କିନ୍ତୁ ଦୀର୍ଘ ୧୨ ବର୍ଷ ହେଲାଣି କାମ ଶେଷ ହେବାର ନାଁ ନେଉ ନାହିଁ। ଇତିମଧ୍ୟରେ ଏକାଧିକ ବାତ୍ୟା ଗଲାଣି। ପ୍ରତି ଅମାବାସ୍ୟା ଓ ପୂର୍ଣ୍ଣିମାରେ ଜୁଆର ଆସି ଜନବସତି ଭିତରେ ଲହଡ଼ି ମାରୁଛି। ଯେତିକି ବି ପ୍ରାଚୀର ନିର୍ମାଣ ହୋଇଛି ଏବେ ତାହା ସବୁ ନଷ୍ଟ ହୋଇଗଲାଣି। ଭାବକୁଣ୍ଡେଳେଶ୍ବରଙ୍କ ପୀଠ ଆଗକୁ ପ୍ରାଚୀର ନିର୍ମାଣ ହୋଇନାହିଁ। ମାଟି ବନ୍ଧ ସବୁ ଜୁଆର ମାଡ଼ରେ ନଷ୍ଟ ହୋଇଗଲାଣି।

ସାନପାଟଣା ଆଗକୁ ଜୁଆର ମାଡ଼ରେ ବନ୍ଧ ଭାଙ୍ଗି ରହିଛି। ଅରଖକୁଦା ହରଚଣ୍ତୀସାହି ଆଗକୁ କାମ ଆଦୈା ହୋଇନାହିଁ। ମାତ୍ର ୩ କିଲୋମିଟର ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇଥିବା ବେଳେ ଏହା ନଷ୍ଟ ହୋଇଗଲାଣି। ସବୁଠାରୁ ବଡ଼କଥା ହେଲା ଅରଖକୁଦାଠାରେ ନିର୍ମାଣ ହୋଇଥିବା ସୁରକ୍ଷା ପ୍ରାଚୀର ଓ କଲର୍ଭଟ ଏବେ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। କଲର୍ଭଟ ଭାଙ୍ଗି ଗଲାଣି। ପଥର ପ୍ୟାକିଂ ସବୁ ଖସି ପଡ଼ିଲାଣି। ଯେକୌଣସି ସମୟରେ ଏହି କଲର୍ଭଟ ଓ ବନ୍ଧ ଭୁଶୁଡ଼ି ପଡ଼ିବା ନେଇ ଆାଭ୍କା ସୃଷ୍ଟି ହୋଇଛି। ପ୍ରଥମରୁ ୨୬ କିଲୋମିଟର ପାଇଁ ସରକାର ୨୬ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏହା ପରଠାରୁ ବହୁ ଅଧିକ ଟଙ୍କା ଏହି ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ କାମ ସରୁନି। ଯାହାବି କାମ ହୋଇଛି ସବୁ ନଷ୍ଟ ହୋଇଗଲାଣି।

ଅନ୍ୟପଟେ ଚିଲିକା–ସମୁଦ୍ରକୁ ପ୍ରାକୃତିକ ମୁହାଣ ଏକାକାର କରି ସାରିଲାଣି। ୬ଟି ନୂଆ ପ୍ରାକୃତିକ ମୁହାଣ ମେଲି ସାରିଲାଣି। ଲଘୁଚାପ ହେବା ମାତ୍ରେ ଜନବସତି ଭିତରକୁ ଏହି ନୂଆ ମୁହାଣ ଦେଇ ଜୁଆର ପାଣି ମାଡ଼ି ଆସୁଛି। ଫଳରେ ଚିଲିକା ଉପକୂଳରେ ଥିବା ୧୬ଟି ଜନବସତିର ୫୦ ହଜାରରୁ ଅଧିକ ଲୋକ ସବୁବେଳେ ଚିନ୍ତିତ ରହୁଛନ୍ତି। ତେଣୁ ଉପକୂଳ ସୁରକ୍ଷା ପ୍ରାଚୀର ନିର୍ମାଣ ତୁରନ୍ତ ଶେଷ କରିବାକୁ ସାଧାରଣରେ ଦାବି ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।