ଅପରାଧ ରାଜ୍ୟ

୭୫୯ କେଜି ଗଂଜେଇ ଭର୍ତ୍ତି ୨ ଟ୍ରକ୍‌ ଜବତ

ଭୁବନେଶ୍ବର : ଭୁବନେଶ୍ବରରୁ ଚାଲାଣ ହେଉଥିବା ଗଂଜେଇ ହରିୟାଣା ପୁଲିସ ହାତରେ ଧରାପଡ଼ିଛି। ପ୍ରାୟ ୭୫୯କେଜି ଗଂଜେଇ ୨ଟି ଟ୍ରକ୍‌ରେ ଯାଉଥିବା ବେଳେ ହରିୟାଣାର ପଲଵାଲ୍ ଓ ରୋହତକ୍ ଜିଲ୍ଲାରେ ଧରାପଡ଼ିଛି। ଏହି ଘଟଣାରେ ସେଠାକାର ପୁଲିସ ୪ ଅନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ପଲଵାଲ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଯେ ଏକ ଟ୍ରକ୍‌ରେ ୨ଜଣ ନିଶାମାଫିଆ ଗଂଜେଇ ଆଣି ଆସୁଛନ୍ତି। ଟ୍ରକ୍‌ଟି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ଆସି ପଲଵାଲ୍ ନିକଟରେ ଥିବା ବେଳେ ସ୍ଥାନୀୟ ପୁଲିସ ହାବୁଡ଼ରେ ପଡ଼ିଥିଲା। ଧରାପଡ଼ିଥିବା ଅଭିଯୁକ୍ତଦ୍ବୟ ହେଲେ ମଥୁରାର ଅମର ସିଂହ ଓ ନୁହ୍ ଜିଲ୍ଲାର ମୁସକ୍ତିମ୍‌। ଦୁହେଁ ୯୩ଟି ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ପ୍ରାୟ ୪୭୫କେଜି ଗଂଜେଇ ନେଇ ଯାଉଥିଲେ। ପରେ ରୋହତକ୍ ଜିଲ୍ଲାର ସାମ୍ପ୍‌ଲା ଅଞ୍ଚଳରୁ ଓଡ଼ିଶାରୁ ଗଂଜେଇ ଯାଉଥିବା ଆଉ ଏକ ଟ୍ରକ୍ ପୁଲିସ ହାତରେ ଧରାପଡ଼ିଥିଲା। ସେଥିରେ ୧୯ଟି ବ୍ୟାଗ୍‌ରେ ଥିବା ପାଖାପାଖି ୨୮୫କେଜି ଗଂଜେଇ ଧରାପଡ଼ିଥିଲା। ଏହି ମାମଲାରେ ୨ନିଶା ମାଫିଆ ଦିଲ୍ଲୀର ରୋହିତ ଓ ସୋନିପତ୍‌ର ପ୍ରବୀଣ ଏକ୍କା ପିନାକୁ ପୁଲିସ ଗିରଫ କରିଛି।

ହରିୟାଣା ପୁଲିସ ସୂଚନା ମୁତାବକ, ସୋନିପତ୍ ଜିଲ୍ଲା କଟ୍‌ଵାଲ୍ ଗାଁର ସତୀଶ ଗଂଜେଇ ଚାଲାଣର ମାଷ୍ଟରମାଇଣ୍ଡ। ସେ ଅନ୍ତଃରାଜ୍ୟ ପେସାଦାର ନିଶାମାଫିଆ ବୋଲି ପୁଲିସ ସ୍ପଷ୍ଟ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସତୀଶ ରାଜଧାନୀ ଭୁବନେଶ୍ବରରୁ ଗଂଜେଇ କେଜି ପିଛା ୭ ହଜାର ଟଙ୍କାରେ କିଣି ୨୦ହଜାର ଟଙ୍କାରେ ବିକ୍ରି କରୁଥିଲା। ଏହି କ୍ରମରେ ଜବତ ଗଂଜେଇର ମୂଲ୍ୟ ପ୍ରାୟ ଦେଢ଼କୋଟି ଟଙ୍କା ହେବ ବୋଲି ହରିୟାଣା ପୁଲିସ ଆକଳନ କରିଛି।
ଅପରପକ୍ଷେ, ୫ଦିନ ତଳେ ଜାତୀୟ ନା‌ର୍କୋଟିକ୍ସ ବ୍ୟୁରୋ(ଏନ୍‌ସିବି) ଛତିଶଗଡ଼ର କବୀରଧାମ ଅଞ୍ଚଳରୁ ୮୮୬ କେଜି ଗଂଜେଇ ଜବତ କରିଥିଲା। ସେହିଠାରୁ ଓଡ଼ିଶାର ସୋନପୁରରୁ ଗଂଜେଇ ଚାଲାଣ ହେଉଥିବା ଏନ୍‌ସିବି ସୂଚନା ପାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।