ଖେଳ ଦେଶ ବିଦେଶ

ମହିଳା ଟି-ଟ୍ୱେଣ୍ଟି ମୁକାବିଲାରେ ସୁପରନୋଭାସ୍‌ ଚାମ୍ପିଅନ, ୪ ରନ୍‌ରେ ମ୍ୟାଚ୍ ହାରିଲା ଭେଲୋସିଟି

ପୁନେ, ୨୯/୦୫: ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜରେ ସୁପରନୋଭାସ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛି । ମୋଟ୍‌ ୪ଟି ସଂସ୍କରଣ ମଧ୍ୟରୁ ସୁପରନୋଭାସ ତୃତୀୟ ଟାଇଟଲ ହାସଲ କରିଛି । ଶନିବାର ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ସୁପରନୋଭାସ୍‌ ୪ ରନ୍‌ରେ ଭେଲୋସିଟିକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ସୁପରନୋଭାସ ୭ ୱିକେଟ୍‌ ବିନିମୟରେ ୧୬୫ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଭେଲୋସିଟି ୮ ୱିକେଟ୍‌ ହରାଇ ୧୬୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଡିଣ୍ଡ୍ରା ଡଟିନ୍‌ ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ଓ ସିରିଜ୍‌ ବିବେଚିତ ହୋଇଥିଲେ ।

ସୁପରନୋଭାସ ୨୦୧୮ ଓ ୨୦୧୯ ସିଜନରେ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା । ୨୦୨୦ ସଂସ୍କରଣ ଫାଇନାଲ୍‌ରେ ଟ୍ରେଲବ୍ଲେଜର୍ସଠାରୁ ପରାଜିତ ହୋଇ ସୁପରନୋଭାସ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା । ଗତ ବର୍ଷ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇନଥିଲା ।

ଫାଇନାଲ୍‌ରେ ଟସ ଜିତି ଭେଲୋସିଟି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସୁପରନୋଭାସ୍‌ ପକ୍ଷରୁ ପ୍ରିୟା ପୁନିଆ ଓ ଡିଣ୍ଡ୍ରା ଡଟିନ ଆକ୍ରମଣାତ୍ମକ ବ୍ୟାଟିଂ କରି ୭୩ ରନ୍‌ ସଂଗ୍ରହ କରିଥିଲେ । ପୁନିଆ ୨୮(୨ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହର୍ମନପ୍ରୀତ ଅପରାଜିତ ଡଟିନଙ୍କ ସହ ମିଶି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଡଟିନ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।

ଦ୍ୱିତୀୟ ୱିକେଟ୍‌ରେ ୫୮ରନ୍‌ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୧୩୧ ବେଳେ ବ୍ୟକ୍ତିଗତ ୬୨(୧ଚୌକା, ୪ଛକା) ରନ୍‌ କରି ଡଟିନ ଆଉଟ୍‌ ହୋଇଥିଲେ । ଏହାପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୧୬୫ ରନ୍‌ କରିଥିଲା । ହର୍ମନପ୍ରୀତ ୨୯ଟି ବଲ୍‌ରୁ ୧ଚୌକା ଓ ୩ଛକା ବଳରେ ୪୩ ରନ୍‌ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

ଜବାବରେ ଭେଲୋସିଟି ୬୪ ରନ୍‌ରେ ୫ଟି ୱିକେଟ୍‌ ହରାଇ ସଂକଟରେ ପଡିଯାଇଥିଲା । ଶେଫଳି ବର୍ମା ୧୫(୩ଚୌକା), ୟସ୍ତିକା ଭାଟିଆ ୧୩, ନଥାକନ ଚନ୍ତନ ୬ ଓ ଦୀପ୍ତି ଶର୍ମା ୨ ରନ୍‌ କରି ପାଭିଲୟନ ଲେଉଟିଥିଲେ । ଲାଉରା ଉଲଭର୍ଟ ଗୋଟିଏ ପଟେ ଦୃଢ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଅଷ୍ଟମ ୱିକେଟ୍‌ର ପତନ ପରେ ସିମରନ ବାହାଦୁରଙ୍କୁ ସାଥୀ କରି ଉଲଭର୍ଟ ଦଳକୁ ଜିତାଇବା ପାଇଁ ଲାଗି ପଡ଼ିଥିଲେ । ଶେଷ ୩ ଓଭରରେ ବିଜୟ ପାଇଁ ୪୮ ରନ୍‌ ଆବଶ୍ୟକ ହେଉଥିଲା । ୧୮ ଓ ୧୯ ତମ ଓଭରରେ ଉଭୟ ଯଥାକ୍ରମେ ୧୪ ଓ ୧୭ ରନ୍‌ ସଂଗ୍ରହ କରିଥିଲେ । ଶେଷ ଓଭରରେ ଆବଶ୍ୟକ ଥିଲା ୧୭ ରନ୍‌ ।
ପ୍ରଥମ ବଲରେ ଉଲଭର୍ଟ ଛକା ମାରିଥିଲେ । ପରବର୍ତ୍ତୀ ୫ଟି ବଲ୍‌ରେ ଆଉ ୬ ରନ୍‌ ସଂଗୃହୀତ ହୋଇଥିଲା । ଭେଲୋସିଟିର ବିଜୟ ଆଶା ମଉଳି ଯାଇଥିଲା । ଉଲଭର୍ଟ ୫ଚୌକା ଓ ୩ଛକା ବଳରେ ୬୫ ଓ ସିମରନ ଅପରାଜିତ ୨୦(୩ଚୌକା, ୧ଛକା) ରନ୍‌ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ