ଭାରତର ପଡୋସୀ ଦେଶ ନେପାଳରୁ ଆସିଛି ବିମାନ ନିଖୋଜର ଖବର । ନେପାଳର ଏକ ଯାତ୍ରୀବାହି ବିମାନ ନିଖୋଜ ହୋଇଛି । ଏହି ବିମାନରେ ୪ ଭାରତୀୟଙ୍କ ସମେତ ମୋଟ ୨୨ ଜଣ ଯାତ୍ରୀ ଥିବା କଥା କୁହାଯାଉଛି । ଏହି ବିମାନଟି ପୋଖରାରୁ ଜୋମସୋମ ଦିଗରେ ଉଡାଣ ଭରିଥିଲା । ହେଲେ ଉଡାଣ ଭରିବାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଏହାର ସଂପର୍କ ବିଛିନ୍ନ ହୋଇଯାଇଥିଲା ।
ଜଣେ ଅଧିକାରୀଙ୍କ କହିବା ମୁତାବକ ଅଧାଘଂଟାରୁ ଅଧିକ ସମୟ ହେବ ବିମାନର ଏଟିସି ସହିତ କୌଣସି ସଂପର୍କ ହୋଇପାରୁ ନାହିଁ । ୧୦.୩୦ ପର୍ଯ୍ୟନ୍ତ ଏଟିସି ସହିତ ସଂପର୍କ ହୋଇପାରିଥିବା କଥା ସେ କହିଛନ୍ତି । ସେପଟେ ବିମାନ ବାବଦରେ ସୂଚନା ପାଇବାକୁ ଏବେ ହେଲିକପ୍ଟର ପଠାଯାଇଥିବା କଥା ଅଧିକାରୀ ଜଣଙ୍କ କହିଛନ୍ତି ।
ତାରା ଏୟାର ମୁତାବକ ବିମାନରେ ଚାଳକ ଟିମ୍ ସହ ମୋଟ ୨୨ ଜଣ ଯାତ୍ରୀଥିଲେ । ସେମାନଙ୍କ ମଧ୍ୟରୁ ୧୩ ,ଜଣ ନେପାଳ ନାଗରିକ ଥିବା ବେଳେ ୪ ଜଣ ଭାରତୀୟ ନାଗରିକ ଓ ୨ ଜଣ ଜାପାନୀ ନାଗରିକ ଥିବା କଥା କୁହାଯାଉଛି । ତାୟା ଏୟାରର ପ୍ରବକ୍ତା ସୁଦର୍ଶନ ବରତୋଲା କହିଛନ୍ତି କି ବିମାନଟି ନିଖୋଜ ହୋଇ ଯାଇଛି ଓ ତଲାସୀ ଅଭିଯାନ ଜାରି ରହିଛି ।