ଖେଳ ଦେଶ ବିଦେଶ

ଆଜି ଆଇପିଏଲ ଫାଇନାଲ ମ୍ୟାଚ: ଟାଇଟଲ ପାଇଁ ଗୁଜରାଟ-ରାଜସ୍ଥାନ ଲଢେଇ

ଆଇପିଏଲ-୨୦୨୨ର ଫାଇନାଲ ମୁକାବିଲା ଆଜି ଖେଳାଯିବ । ରାତି ୮ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟ୍ରଫି ପାଇଁ ଗୁଜରାଟ ଟାଇଟନସ ଓ ରାଜସ୍ଥାନ ରୋୟାଲସ ମଧ୍ୟରେ ଲଢେଇ ହେବ । ଦୀର୍ଘ ୩୭ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ ତଥା ଘମାଘୋଟ ଲଢେଇ ଏବଂ ୭୩ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ ପରେ ଖେଳାଯିବ ମେଗା ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତରେ ଗ୍ରାଣ୍ଡ ଫିନାଲେ ଏହା ମହା ଟକ୍କର ହେବ ।

ପ୍ରଥମ ଥର ପାଇଁ ଆଇପିଏଲ ଖେଳୁଥିବା ଗୁଜୁରାଟ ଟାଇଟନସ ପଏଂଟ ତାଲିକାର ଶୀର୍ଷରେ ରହି କ୍ୱାଲିଫାୟରକୁ ଯାଇଥିଲା । ସେଠାରେ ରାଜସ୍ଥାନ ରୟାଲସକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ରାଜସ୍ଥାନ ଦ୍ୱିତୀୟ କ୍ୱାଲିଫାୟାରରେ ଏଲିମିନେଟର ମ୍ୟାଚର ବିଜେତା ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ସହଜରେ ହରାଇ ଫାଇନାଲ ଟିକେଟ ହାସଲ କରିଛି । ଏବେ ରାଜସ୍ଥାନ ପାଖରେ କ୍ୱାଲିଫାୟାର ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି । ସେହିପରି ପ୍ରଥମ ଥର ପାଇଁ ଆଇପିଏଲ ମ୍ୟାଚ ଖେଳୁଥିବା ଗୁଜୁରାଟ ଟାଇଟନସ ଚାଂପିଅନ ହେବାର ସୁବର୍ଣ୍ଣ ସୁଯୋଗ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ