ମହାରାଷ୍ଟ୍ରରୁ ଦେଶର ପ୍ରଥମ ଓମିକ୍ରନ୍ ଉପପ୍ରଜାତି ମାମଲା ଚିହ୍ନଟ ହୋଇଛି । ୪ଟି ବିଏ.୪ ଓମିକ୍ରନ୍ ଉପପ୍ରଜାତି ଓ ୩ଟି ବିଏ.୫ ଉପପ୍ରଜାତି ମାମଲା ଆସିଛି । ସମସ୍ତ ୭ ଜଣ ରୋଗୀ ପୁନେର ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି । ୪ ଜଣ ରୋଗୀଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ । ୨୦ରୁ ୪୦ ବର୍ଷ ମଧ୍ୟରେ ୨ ଜଣ ରୋଗୀ ଅଛନ୍ତି । ଜଣେ ୯ ବର୍ଷରୁ ଶିଶୁକୁ ଛାଡିଦେଲେ ଅନ୍ୟ ସମସ୍ତେ କରୋନାର ୨ଟି ଯାକ ଡୋଜ ନେଇ ସାରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି । ଏହି ରୋଗୀଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯାଇଛି । ଏହି ୭ ଜଣଙ୍କ ନମୁନା ମେ’ ୪ରୁ ୧୮ ମଧ୍ୟରେ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ଦକ୍ଷିଣ ଆଫ୍ରିକା ଏବଂ ବେଲଜିୟମ୍ରୁ ଫେରିଛନ୍ତି । ୩ ଜଣ କେରଳ ଓ କର୍ଣ୍ଣାଟକ ଯାଇଥିଲେ ।