ଅପରାଧ ରାଜ୍ୟ

ଗୋରୁ ବୋଝେଇ କଣ୍ଟେନର ସହ ୨ଟି ସ୍କର୍ଫିଓ ଜବତ, ୧୧ ଅଟକ

ସୋର ୨୯।୦୫: ଗୋରୁ ବୋଝେଇ କଣ୍ଟେନର ସହ ୨ଟି ସ୍କର୍ଫିଓ ଜବତ, ୪୦ ଗୋରୁ ଉଦ୍ଧାର । ଘଟଣାରେ ୧୧ଜଣଙ୍କୁ ଅଟକ ରଖିଛି ପୋଲିସ୍ । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ନିକଟରୁ ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଶନିବାର ରାତିରେ ସିମୁଳିଆ ପୋଲିସ ଏକ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡି଼ର ପିଛା କରିଥିଲା । ଶେଷରେ ୧୬ ନମ୍ବର ଜାତୀୟ ରାଜପଥ ସୋର ବରଫକଳ ନିକଟରେ କଣ୍ଟେନର ଜବତ କରିଥିଲା । ଯେଉଁଥିରେ ୪୦ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ହେଉଥିଲା l

ସେହିପରି ଅନ୍ୟ ୨ କଣ୍ଟେନର ଘଟଣାସ୍ଥଳରୁ ଫେରାର ହୋଇଯାଇଛି l ଗୋରୁ ଗାଡିକୁ ସୁରକ୍ଷା ଦେଇ ଯାଉଥିବା ଦୁଇ ସ୍କର୍ଫିଓକୁ ପୋଲିସ ଜବତ କରିଛି l ଏଥିରେ ୧୧ ଜଣଙ୍କୁ ପୋଲିସ ସନ୍ଦେହରେ ଅଟକ ରଖିଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।