ଦେଶ ବିଦେଶ ମନୋରଞ୍ଜନ

ତିରୁପତି ମନ୍ଦିରରେ ହେବନି ଅଭିନେତ୍ରୀ ନୟନତାରାଙ୍କ ବିବାହ, ବଦଳିଲା ୱେଡିଂ ଭେନ୍ୟୁ

ମୁମ୍ବାଇ ୨୮।୦୫ : ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବିବାହର ଋତୁ ଚାଲିଛି। ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ କରିଥିଲେ। ଚଳିତ ବର୍ଷ ଆରମ୍ଭରୁ, ଟିଭିରୁ ବଲିଉଡ ପର୍ଯ୍ୟନ୍ତ କିଛି କପଲ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏହି ସମୟରେ ଏବେ ଆଉ ଏକ କପଲ୍‌ଙ୍କ ବିବାହ ଖବର ସାମ୍ନାକୁ ଆସୁଛି। ଦକ୍ଷିଣ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହ କରିବା ଯାଉଛନ୍ତି। ହେଲେ ଏବିଷୟରେ ଦୁହିଁଙ୍କ ତରଫରୁ କୌଣସି ଅଫିସିଆଲି ସୂଚନା ମିଳି ନାହିଁ ।

ଦୀର୍ଘଦିନ ଧରି ନୟନତାରା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କୁ ଡେଟ କରୁଥିଲେ। ଦୁହେଁ ଲିଭ୍‌ ଇନ୍‌ରେ ମଧ୍ୟ ରହୁଥିଲେ। ଦୁହେଁ ଆସନ୍ତା ମାସ ଜୁନ୍‌ ୯ରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଥିଲା କି ତିରୁମାଲାର ତିରୁପତି ମନ୍ଦିରରେ ବିବାହ କରିବେ ବୋଲି ହେଲେ ତାହା ମନ୍ଦିରରୁ ରିସୋର୍ଟକୁ ପରିବର୍ତ୍ତନ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ମହାବାଲିପୁରମର ଏକ ରିସୋର୍ଟରେ ନୟନତାରା ଏବଂ ଭିଗ୍ନେଶ ବିବାହ କରିବେ। ଯେଉଁଥିରେ ଉଭୟଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ। ବିବାହ ପରେ ଦୁହେଁ ଚେନ୍ନାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦେବେ। କୁହାଯାଉଛି ଯେ ଉଭୟଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ବିବାହ ପୂର୍ଣ୍ଣ ରୀତିନୀତି ଏବଂ ଅତି ପାରମ୍ପାରିକ ଉପାୟରେ ହେବାକୁ ଯାଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ