ନୂଆଦିଲ୍ଲୀ ୨୮ ।୦୫ : ଶାହରୁଖ ଖାନଙ୍କ ଘର ମନ୍ନତ କିଛି ଦିନ ପୂର୍ବରୁ ବହୁ ଚର୍ଚ୍ଚାରେ ଥିଲେ। ଏହି ଆଲୋଚନାର କାରଣ ଥିଲା ତାଙ୍କ ଘରର ନୂଆ ନେମ୍ ପ୍ଲେଟ୍ । ଅନେକ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କ ଘରେ ନୂଆ ନେମ୍ପ୍ଲେଟର ଫଟୋ ସେୟାର କରିଥିଲେ। କୁହାଯାଇଥିଲା ଯେ ତାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ରହିଛି। ତେବେ ବର୍ତ୍ତମାନ କୁହାଯାଉଛି ଯେ ଶାହରୁଖ ଖାନଙ୍କ ଘରର ନୂଆ ନାମପ୍ଲେଟ ଆଉ ନାହିଁ। ଶାହାରୁଖଙ୍କ ଟିମ୍ ନେମ୍ପ୍ଲେଟକୁ ଅସ୍ଥାୟୀ ଭାବେ ହଟାଇ ଦେଇଛନ୍ତି। ହଟାଇବା ପଛର କାରଣ ହେଉଛି ନେମ୍ପ୍ଲେଟ୍ରୁ ଗୋଟିଏ ହୀରା ତଳେ ଗଳିପଡିଛି।
ମିଡିଆ ରିପୋର୍ଟ ଅନୁଯାୟୀ, “ନେମ୍ପ୍ଲେଟରୁ ଏକ ହୀରା ଖସିଯାଇଥିବାରୁ ଏହାକୁ ମରାମତି ପାଇଁ ହଟାଇ ଦିଆ ଯାଇଛି। ଏହା ଘର ଭିତରେ ରଖାଯାଇଛି। ଏହି ନେମପ୍ଲେଟ୍ ଘରର ବଗିଚାରେ ରଖାଯାଇଛି ଏବଂ ଏହାର ମରାମତି ପରେ ଏହାକୁ ପୁଣି ମନ୍ନତ ବାହାରେ ରଖାଯିବ। କୁହାଯାଉଛି କି ” ଏହି ନେମ୍ପ୍ଲେଟକୁ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନ୍ ଡିଜାଇନ୍ କରିଥିଲେ ।
ଶାହରୁଖ ଖାନ ଘରର ସାଜସଜ୍ଜା ଏବଂ ଡିଜାଇନ୍ ବିଷୟରେ କେବେ ମୁଣ୍ଡ ପୁରାନ୍ତି ନାହିଁ । କାହିଁକି ନା ଗୌରୀ ଖାନ୍ ଏ ସବୁର ଡିଜାଇନ୍ ଦିଅନ୍ତି । ସେ ଯାହା ନିଷ୍ପତ୍ତି ନିଅନ୍ତି ପରିବାର ଖୁସିରେ ଗ୍ରହଣ କରନ୍ତି ।

