ଅପରାଧ ରାଜ୍ୟ

ପୌରପାଳିକା କାଉନସିଲ ମିଟିଂରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଉତ୍ତେଜନା, ଥାନାରେ ଏତଲା

ଭଦ୍ରକ ୨୮।୦୫ : କାଉନ୍‌ସିଲ ମିଟିଂରେ ପୌରପାଳିକା ଉପାଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗକୁ ନେଇ ତୁମୁଳକାଣ୍ଡ । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଉପାଧ୍ୟକ୍ଷାଙ୍କ ପୁଅ ତଥା ପୂର୍ବତନ କାଉନ୍‌ସିଲର ପ୍ରବୀର ଜେନାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେପଟେ ଅସମ୍ମାନ ଅଭିଯୋଗରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ଉପାଧ୍ୟକ୍ଷା

ଖବର ଅନୁଯାୟୀ, ଶନିବାର ଭଦ୍ରକ ପୌରପାଳିକାର କାଉନସିଲ ମିଟିଂ ବେଳେ ପୌରପାଳିକାର ଉପାଧ୍ୟକ୍ଷାଙ୍କୁ ବସିବା ପାଇଁ ଚେୟାର ନଦେଵାକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିଲା । ଏହାକୁ ପ୍ରତିବାଦ କରିବାରୁ ୧୫ମିନିଟ ପରେ ଚେୟାର ଦିଆଯାଇଥିଲା। ବୈଠକ ପରେ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ ପ୍ରକୋଷ୍ଠରେ ପୂର୍ବତନ କାଉନସିଲର ପ୍ରଶ୍ନ କରିଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି କଥାକୁ ନେଇ ନିର୍ବାହୀ ଅଧିକାରୀଙ୍କୁ ତାଙ୍କ ଚ୍ୟାମ୍ବରରେ ପୌର ପାଳିକା ଉପାଧ୍ୟକ୍ଷାଙ୍କ ପୁଅ ପ୍ରବୀର ଜେନା ଦୁର୍ବ୍ୟବହାର କରିଥିବା ଟାଉନ ଥାନାର ଅଭିଯୋଗ କରିଛନ୍ତି ।

ତେବେ ଦେବୀ ପ୍ରସାଦ ରାଉତ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୌରପାଳିକାର ଉପାଧ୍ୟକ୍ଷାଙ୍କ ସମେତ ଅନ୍ୟ କାଉନସିଲର ମାନେ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ଉପାଧ୍ୟକ୍ଷା ବୟସ୍କା ମହିଳା ହୋଇଥିଲେ ମଧ୍ୟ ତାଙ୍କୁ ଯଥୋଚିତ ସମ୍ମାନିତ ନଦେବା ନିନ୍ଦନୀୟ ଵୋଲି କହିଛନ୍ତି। ତାଙ୍କୁ ୧୫ମିନିଟ ଠିଆ ହେଵାକୁ ପଡିଥିଲା। ନିର୍ବାହୀ ଅଧିକାରୀଙ୍କୁ ଦୁର୍ବଵ୍ୟଵହାର ଘଟଣା ପୂର୍ବତନ କାଉନସିଲର କହିଛନ୍ତି ମୁଁ ତାଙ୍କ ଚ୍ୟାମ୍ବରଙ୍କୁ ଯାଇ ପଚାରିଥିଲି କିନ୍ତୁ ସେ ମୋତେ who are you ? ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି । ଯାହାକୁ ନେଇ ମୁଁ ଟାଉନ ଥାନାରେ ଅଭିଯୋଗ କରିଛି। ଏବେ ଯାଏଁ ଟାଉନ ଥାନାରେ ଏହି ଘଟଣାକୁ ନେଇ ମୋଟ ୩ଟି ଏତଲା ଦିଆଯାଇଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।