ଅପରାଧ ଦେଶ ବିଦେଶ

ପ୍ରତିଶୋଧ ନେବାକୁ ଚିତାବାଘକୁ ଜିଅନ୍ତା ଜାଳିଦେଲେ, ୧୫୦ ଗ୍ରାମବାସୀ ଗିରଫ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ପାଉରୀ ଜିଲ୍ଲାର ସାପଲୋରୀ ଗ୍ରାମରେ ଜଣେ ମହିଳା ନିକଟରେ ଏକ ଚିତାବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଚିତାବାଘକୁ ବନ ବିଭାଗ ଧରି ଏକ ଯନ୍ତାରେ ରଖିଥିବା ବେଳେ ଗ୍ରାମବାସୀମାନେ ପ୍ରତିଶୋଧ ନେବାପାଇଁ ଚିତାବାଘକୁ ଜିଅନ୍ତା ଜାଳି ଦେଇଛନ୍ତି। ଏହି ଘଟଣାରେ ପୁଲିସ ୧୫୦ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ବିଭିନ୍ନ ଧାରାରେ ଗ୍ରାମପ୍ରଧାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଗଡ଼ୱାଲ ସର୍କଲର ବନ ସଂରକ୍ଷକ ନିତ୍ୟାନନ୍ଦ ପାଣ୍ଡେ କହିଛନ୍ତି। ପାଣ୍ଡେ କହିଛନ୍ତି, ଚିତାବାଘ ସାପଲୋରୀ ଗାଁର ୪୭ ବର୍ଷୀୟ ସୁଷମା ଦେବୀଙ୍କୁ ମାରି ଦେଇଥିଲା। ବାଘକୁ ଧରିବା ପାଇଁ ସେହି ଦିନ ଗାଁରେ ଏକ ଯନ୍ତା ସ୍ଥାପନ କରାଯାଇଥିଲା ଏବଂ ଏହାକୁ ଗତ ୨୦‌ ତାରିଖରେ କାବୁ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ