ଅପରାଧ ଦେଶ ବିଦେଶ ମନୋରଞ୍ଜନ

ଆଉ ଜଣେ ବଙ୍ଗଳା ଅଭିନେତ୍ରୀଙ୍କ ଆତ୍ମହତ୍ୟା

କୋଲକାତା : ପଶ୍ଚିମବଂଗର ଟିଭି ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର (୨୧)ଙ୍କ ସନ୍ଦେହଜନକ ମୃତ୍ୟୁର କିଛି ଘଣ୍ଟା ପରେ ଶୁକ୍ରବାର ଦିନ ସହରରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତଦେହ ମିଳିଛି। ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ତିନିଜଣ ଅଭିନେତ୍ରୀଙ୍କ ଏହିଭଳି ମୃତ୍ୟୁ ହେଲାଣି।

ଅଭିନେତ୍ରୀ ମଞ୍ଜୁଷା ନିୟୋଗୀଙ୍କ ପାଟୁଳିସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ଶବ ଜବତ କରାଯାଇଛି। ମଞ୍ଜୁଷା ବିଦିଶାଙ୍କ ଅତି ନିକଟତର ଥିଲେ। ବୁଧବାର ବିଦିଶାଙ୍କ ମୃତ୍ୟୁ ହେବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ବିଦିଶାଙ୍କ ମୃତ୍ୟୁ ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ମଞ୍ଜୁଷାଙ୍କ ପରିବାର ପକ୍ଷରୁ କୁହାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ