ଅପରାଧ ଦେଶ ବିଦେଶ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଓପି ଚୌତାଲାଙ୍କୁ ୪ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓପି ଚୌତାଲାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇଛି। ୮୭ ବର୍ଷୀୟ ଚୌତାଲାଙ୍କୁ ‌ଦିଲ୍ଲୀ ରୋଜ୍‌ ଆାଭେନ୍ୟୁ କୋର୍ଟ ଗତ ଶନିବାର (ମେ’ ୨୧) ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଚୌତାଲା ତାଙ୍କ ବୟସ ଏବଂ ବିଭିନ୍ନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ କମ୍‌ ଦଣ୍ଡ ଦେବାପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସିବିଆଇ ‌ଚୌତାଲାଙ୍କ ପାଇଁ ସର୍ବାଧିକ ଦଣ୍ଡାଦେଶ ଦାବି କରିଥିଲା। ଚୌତାଲାଙ୍କୁ ଜେଲ୍‌ଦଣ୍ଡ ଏବଂ ଜରିମାନା ବାଦ୍‌ ତାଙ୍କର ୪ଟି ସମ୍ପତ୍ତି ଜବତ କରାଯାଇଛି।

ସିବିଆଇ ୨୦୦୫ରେ ଚୌତାଲାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ୧୯୯୩ରୁ ୨୦୦୬ ମଧ୍ୟରେ ଚୌତାଲାଙ୍କ ୬.୦୯ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିଲା। ଏହି ମାମଲାରେ ସିବିଆଇ ୨୦୧୦ ମାର୍ଚ୍ଚ ୨୬ରେ ଓପି ଚୌତାଲାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନ୍ୟପକ୍ଷେ ୨୦୨୧ ଜାନୁଆରିରେ ଦିଲ୍ଲୀ କୋର୍ଟ ଚୌତାଲାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲେ। ଓମ୍‌ ପ୍ରକାଶ ଚୌତାଲା ଏବଂ ତାଙ୍କ ପୁଅ ଅଜୟ ମଧ୍ୟ ୨୦୧୩ ମସିହାରେ ଶିକ୍ଷକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ‌ଜେଲ୍‌ ଦଣ୍ଡ ପାଇଛନ୍ତି । ୨୦୨୧ ଜୁଲାଇରେ ଓପି ଚୌତାଲା ଜେଲ୍‌ରୁ ମୁକୁଳିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ