ଅପରାଧ ଦେଶ ବିଦେଶ ରାଜ୍ୟ

ଅସନ୍ତୁଷ୍ଟ ରାଜସ୍ଥାନ ମନ୍ତ୍ରୀଙ୍କ ଇସ୍ତଫା ଧମକ

ଜୟପୁର : ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନାଙ୍କ ଇସ୍ତଫା ଧମକକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମନ୍ତ୍ରୀ ‌ଅଶୋକ ଚନ୍ଦନା ଏକ ଟ୍ବିଟ୍‌ ଦ୍ବାରା ତାଙ୍କ ଇସ୍ତଫା ଧମକ ଦେଇଛନ୍ତି ଏବଂ ତାଙ୍କୁ ଦାୟିତ୍ବରୁ ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ‌ଲଟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି।

ଗେହଲଟ କହିଛନ୍ତି, କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନା‌ ଚାପରେ ଥାଇ ଇସ୍ତଫା ଦେବାକୁ ଚାହୁଛନ୍ତି। ଗ୍ରାମୀଣ ଅଲିମ୍ପିକ୍ସର ଦାୟିତ୍ବ ମନ୍ତ୍ରୀ ଅଶୋକଙ୍କୁ ଦିଆଯାଇଛି। ଏହା ଏକ ବଡ଼ ଦାୟିତ୍ବ। ସେ ଖୁବ୍‌ ଚାପ‌ରେ ଥାଇ ପାରନ୍ତି। ଏହି ମାମଲାରେ ମୁଁ ତାଙ୍କ ସହ କଥା ହେବି ବୋଲି ଗେହଲଟ କହିଛନ୍ତି। ଅନ୍ୟପକ୍ଷେ ମନ୍ତ୍ରୀ ଅଶୋକ ଚନ୍ଦନା‌ ଜଣେ ଅମଲାଙ୍କ ପ୍ରତି ଦୃଢ଼ ଅସ‌ନ୍ତୋଷ ପ୍ରକାଶ କରି ଏହ‌ି ଟ୍ବିଟ୍‌ କରିଛନ୍ତି। ଗେହଲଟଙ୍କ ପ୍ରମୁଖ ସଚିବଙ୍କୁ ଦାୟୀ କରି ଚନ୍ଦନା ଇସ୍ତଫା ଧମକ ଦେଇଛନ୍ତି। ଅଶୋକ କହିଛନ୍ତି, ମତେ ଏହି ଅପମାନଜନକ ମନ୍ତ୍ରୀ ପଦରୁ ମୁକ୍ତ କରିବାପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଅନୁରୋଧ କରୁଛି ଏବଂ ମୋର ସମସ୍ତ ଦାୟିତ୍ବ ପ୍ରମୁଖ ସଚିବ କୁଲଦୀପ ରାଙ୍କାଙ୍କୁ ଦିଆଯାଉ । ଏହି ଇସ୍ତଫା ଧମକକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ନେବାକୁ ରାଜସ୍ଥାନର ଅନ୍ୟ କଂଗ୍ରେସ ନେତାମାନେ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ