ଅପରାଧ ରାଜ୍ୟ

ନକଲି ଡାକ୍ତରଙ୍କଠୁ କେଜିଏ ବ୍ରାଉନ୍‌ସୁଗାର ଜବତ, ମିଳିଛି ଗୋଟିଏ ବୁଲେଟ୍‌ ଓ ୨ଟି ଲାପ୍‌ଟପ୍‌

ଭୁବନେଶ୍ବର ୨୮।୦୫: ରାଜଧାନୀରେ ଥମୁନି ଧଳାଜହର କାରବାର୍‌ । ପୁଣି ଥରେ ଜବତ ହେଲା ବ୍ରାଉନ୍‌ସୁଗାର । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ସହ ୨ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ ।

ଖବର ଅନୁଯାୟୀ, ଭୁବନେଶ୍ୱର ବରମୁଣ୍ଡା ନିକଟରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛନ୍ତି । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ୨ଜଣ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ବେପାରି ହେଲେ-ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର କପିଲଦେବ ମଜୁମଦାର୍ ଏବଂ ଖୋର୍ଦ୍ଧା ଜଙ୍କିଆର ରଶ୍ମିରଞ୍ଜନ ଭୋଳ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି ।

ତେବେ ଗିରଫ ରଶ୍ମିରଞ୍ଜନ ଦାସଙ୍କ ନିକଟରୁ ଏମ୍ସର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କ ଏକ ନକଲି ପରିଚୟ ପତ୍ର, ପୋଲିସ ୟୁନିଫର୍ମରେ ଥିବା ଫଟୋର ଜେରକ୍ସ କପି, ଗୋଟିଏ ବୁଲେଟ୍‌, ୨ଟି ଲାପଟପ୍ ଏବଂ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି । ୨୦୨୦ରୁ ଆଜି ଯାଏ ୫୨ କେଜିର ବ୍ରାଉନସୁଗାର ଜବତି କରିସାରିଛି ଏସ୍‌ଟିଏଫ୍‌ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।