ଅପରାଧ ରାଜ୍ୟ

ସର୍ଟ ସର୍କିଟରୁ ଲାଗିଲା ନିଆଁ, ୩ ବଖରା ଘର ପୋଡି ପାଉଁଶ

ବୌଦ୍ଧ ୨୮।୦୫: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତାଳପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁ ଜଳିଗଲା ୩ ବଖରା ଘର। ପୋଡି ପାଉଁଶ ହୋଇଗଲା ୨୦ କୁଇଣ୍ଟାଲ ଧାନ ସହ ଡାଲି, ଚାଉଳ ଓ ଆସବାବ ପତ୍ର ପୋଡି ନଷ୍ଟ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଉଦ୍ୟମ କରିଥିବା ଜଣାପଡିଛି।

ଖବର ଅନୁଯାୟୀ, ତାଳପଦର ଗାଁର ରମେଶ ବାରିକଙ୍କ ଘର ପାଖ ଦେଉ ବିଦ୍ୟୁତ ତାର ଯାଇଥିବା ବେଳେ ପବନ ଯୋଗୁଁ ସର୍ଟ ସର୍କିଟ ହୋଇଥିଲା । ଫଳରେ ରମେଶଙ୍କ ଚାଳ ଘରେ ନିଆଁ ଲାଗିଥିବା ବେଳେ ପାଖ ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ନିଆଁ ଅଣ ଆୟତ୍ତ ହୋଇଥିବାରୁ ସ୍ଥାନୀୟ ଲୋକେ ଚାରିଛକ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ ରମେଶଙ୍କ ଘରେ ଥିବା ୨୦ କୁଇଣ୍ଟାଲ ଧାନ, ଚାଉଳ ଡାଲି ସମେତ ଘରର ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।