ଧର୍ମ ସ୍ପେଶାଲ ରିପୋର୍ଟ

ତୃତୀୟ ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରିଗୁଡା ପଞ୍ଚାୟତ ଶ୍ରୀପଲ୍ଲା ଠାରେ ତୃତୀୟ ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ତା ୨୫.୫.୨୦୨୨ ଠାରୁ ୨୭.୫.୨୦୨୨ ରିଖ ପଯ୍ୟନ୍ତ ତିନିଦିନ ଧରି ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ ,ଯପଯଜ୍ଞ,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ,ଓ ଜ୍ଞାନ ଯଜ୍ଞ ଶ୍ରୀପଲ୍ଲା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବୁଧବାର ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସକାଳ ୮:୪୫ ସମୟରେ ନାମ ଆରମ୍ଭ ରହିଛି । ଶୁକ୍ରବାର ସକାଳ ୮:୪୫ ସମୟରେ ପୂର୍ଣ୍ଣାହୁତି ସହ ଧର୍ମ ସଭା କାର୍ଯ୍ୟକ୍ରମ ରହିଛି । ଏହି ତୃତୀୟ ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ ଶ୍ରୀ ଗୁରୁ ଅଚ୍ୟୁତାନନ୍ଦ ବେହେରା,ଗୁରୁଦେବ ଶ୍ରୀ ଗୁତ୍ରା କହଁର, ଏବଂ ଗୁରୁ ଅନନ୍ତ କହଁର, ଆନୁକୁଲ୍ୟରେ ହେଉଥିବା ୪୧ ଖଣ୍ଡ ବିଶ୍ଵ ଶାନ୍ତି ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ । ଅଷ୍ଟପ୍ରହରୀ ନାମ ଯଜ୍ଞ ପୁରୋହିତ ସତ୍ୟନାରାୟଣ ନନ୍ଦ ,କେଳାପଡା ।ଏହି ତୃତୀୟ ବାର୍ଷିକ ଅଷ୍ଟମପ୍ରହର ନାମ ଯଜ୍ଞ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କନ୍ଧମାଳ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲ୍ଲିକ ସମେତ ଡିମ୍ବିରିଗୁଡା ସରପଞ୍ଚ ମନୋଜ କହଁର ଉପସ୍ଥିତ ଥିଲେ ।ଏହି ଅଷ୍ଟମପ୍ରହର ନାମ ଯଜ୍ଞ ଆୟୋଜନ କରିଥିଲେ ସୃତନ କହଁର,ରାଜିବ ଲୋଚନ କହଁର,ଆନ୍ଦେଶ୍ଵର କହଁର, ଅମୁଲ୍ୟ ସାହାଣୀ,ସୁବାଷ ଚନ୍ଦନ,ପ୍ରଦିପ କହଁର,ଟୁନା କହଁର, ସମେତ ଶ୍ରୀପଲ୍ଲା ଗ୍ରାମ ବାସୀ ବୃନ୍ଦ । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ