ଖେଳ ଦେଶ ବିଦେଶ

କିଏ ପିନ୍ଧିବେ ପର୍ପଲ କ୍ୟାପ୍ ? ଚହଲ ଓ ହସରଙ୍ଗାଙ୍କ ମଧ୍ୟରେ କଡା ଟକ୍କର

ନୂଆଦିଲ୍ଲୀ ୨୭/୦୫: ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଯେଉଁ ଟିମ୍ ଜିତିବ ସେହି ଟିମ୍ ଗୁଜୁରାଟ ଟାଇଟନ୍ସ ସହ ଫାଇନାଲ ମ୍ୟାଚ୍ ଖେଳିବ ।

ଏହି ମୁକାବିଲାରେ ସମସ୍ତଙ୍କ ନଜର ଓ୍ୱାନିନ୍ଦୁ ହସରଙ୍ଗା ଓ ୟୁଜବେନ୍ଦ୍ର ଚହଲଙ୍କ ଉପରେ ରହିବ । କାରଣ ଉଭୟ ଖେଳାଳି ପର୍ପଲ କ୍ୟାପ୍ ଦୌଡରେ ଅଛନ୍ତି । ୟୁଜବେନ୍ଦ୍ର ଚହଲ ଆଇପିଏଲ ୨୦୨୨ରେ ୨୬ଟି ଓ୍ୱିକେଟ୍ ନେଇ ସାରିଥିବା ବେଳେ ହସରଙ୍ଗା ୨୫ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।
ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଟିମ୍

ସଞ୍ଜୁ ସାମସନ, ଜସ ବଟଲର, ଯଶସ୍ୱୀ ଜୟସ୍ୱାଲ, ଆର ଅଶ୍ୱିନ, ଟ୍ରେଣ୍ଟ୍ ବୋଲ୍ଟ, ସିମରନ୍ ହେଟମାୟର, ଦେବଦତ୍ତ ପଡିକଲ, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ, ରିୟାନ ପରାଗ, କେସି କୋରିୟାପ୍ପା, ନବଦୀପ ସୈନୀ, ଅନୁନୟ ସିଂ, କରୁଣ ନାୟର, କୂଲଦୀପ ଯାଦବ, ଜେମ୍ସ ନିଶାମ, ନାଥାନ କୁଲଟର ନାଇଲ, ଡାରିଲ ମିଶେଲ ଓ କୋରାବିନ୍ ବସ୍

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସଓ୍ୱେଲ, ମହମ୍ମଦ ସିରାଜ, ଫାପ୍ ଡୁପ୍ଲେସିସ, ହର୍ଷଲ ପଟେଲ, ବାନିନ୍ଦୁ ହସରଙ୍ଗା, ଦିନେଶ କାର୍ତ୍ତିକ, ଜୋସ୍ ହଜଲଉଡ, ଶାହବାଜ ଅହମ୍ମଦ, ଅନୁଜ ରଓ୍ୱତ, ଆକାଶ ଦୀପ, ଫିନ୍ ଏଲନ, କର୍ଣ ଶର୍ମା, ଡେବିଲ୍ ବିଲି, ରଜତ ପଟିଦାର ଓ ସିଦ୍ଧାର୍ଶ କୌଲ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ