ଖେଳ ଦେଶ ବିଦେଶ

ଏସିଆ କପ୍ ହକି: ସୁପର-୪ରେ ଭାରତ

ଜାକର୍ତ୍ତା (ଇଣ୍ଡୋନେସିଆ): ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାର ଗୁରୁବାର ତୃତୀୟ ତଥା ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଆୟୋଜକ ଇଣ୍ଡୋନେସିଆକୁ ୧୬-୦ ଗୋଲ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ସୁପର-୪ରେ ପହଞ୍ଚିଯାଇଛି। ଏହି ମ୍ୟାଚ୍‌ ପୂର୍ବରୁ ଗୁରୁବାର ଜାପାନ ନିକଟରୁ ପାକିସ୍ତାନ ୨-୩ ଗୋଲ୍‌ରେ ହାରିଯିବା ପରେ ସୁପର-୪କୁ ଯିବା ପାଇଁ ଭାରତ ନିକଟରେ ଅତି କମ୍‌ରେ ୧୫ ଗୋଲ୍‌ ବ୍ୟବଧାନର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଗୋଟିଏ ବି ଗୋଲ୍‌ ବରଣ ନକରି ଭାରତ ୧୬-୦ରେ ଇଣ୍ଡୋନେସିଆକୁ ପରାସ୍ତ କରିବା ପରେ ପାକିସ୍ତାନର ସୁପର-୪ ପ୍ରବେଶ ଆଶା ମଉଳି ଯାଇଥିଲା।

ଇଣ୍ଡୋନେସିଆକୁ ପରାସ୍ତ କରିବା ପରେ ପାକିସ୍ତାନ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଭାରତ ଉନ୍ନତ ଗୋଲ୍‌ ବ୍ୟବଧାନରେ ସୁପର-୪କୁ ଉନ୍ନୀତ ହୋଇଥିଲା। ଭାରତର ଗୋଲ୍‌ ବ୍ୟବଧାନ +୧୩ ରହିଥିଲା ବେଳେ ପାକିସ୍ତାନ +୧୨ରେ ରହି ପଛରେ ପଡ଼ିଯାଇଥିଲା। ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଆ ତାରକା ଦୀପସାନ ତିର୍କି ଏବଂ ସୁଦେବ ବେଲିମାଗା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଦୀପସାନ ସର୍ବାଧିକ ୫ ଗୋଲ୍‌ କରିଥିଲା ବେଳେ ସୁଦେବ ୩, ପୁରୁଖା ଏସ୍‌ଭି ସୁନିଲ, ପୱନ ରାଜଭର ଓ କାର୍ତି ସେଲ୍‌ଭାମ ଦୁଇଟି ଲେଖାଏଁ ଏବଂ ଉତ୍ତମ ସିଂହ ଓ ଅନ୍ୟତମ ଓଡ଼ିଆ ତାରକା ନିଲମ ସଞ୍ଜୀବ ଖେସ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଏହି ବିଜୟ ସହ ସର୍ଦାର ସିଂହଙ୍କ ପ୍ରଶିକ୍ଷିତ ଭାରତ ପୁଲ୍‌-ଏ’ରେ ଜାପାନ (୯ ପଏଣ୍ଟ) ପଛକୁ ଦ୍ବିତୀୟ ସ୍ଥାନରେ ରହି ସୁପର-୪ ସ୍ଥାନ ସୁରକ୍ଷିତ କରିନେଇଥିଲା। ସୁପର-୪ରେ ଭାରତ ଶକ୍ତିଶାଳୀ ତଥା ଅପରାଜେୟ ଜାପାନକୁ ୨୮ ତାରିଖରେ ଭେଟିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ