ଅପରାଧ ଦେଶ ବିଦେଶ

କୃଷ୍ଣକାୟ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲା ବ୍ରାଜିଲ ପୋଲିସ : ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ ୨୭/୦୫: କୃଷ୍ଣକାୟଙ୍କୁ ପିଟିପିଟି ହତ୍ୟା । ହତ୍ୟାକାରୀ ଦୁଇ ପୋଲିସ କର୍ମୀ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବ୍ରାଜିଲରେ । ଏଠାରେ ଦୁଇଜଣ ପୋଲିସ କର୍ମୀ ଜଣେ କୃଷ୍ଣକାୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଯାହାର ଭିଡିଓ ଖୁବ୍ ଭାଇରାଲ ହେଉଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜେନିଭାଲଡୋ ଡି ଜେସସ୍ ସାଣ୍ଟୋସ ନାମକ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ଦୁଇ ପୋଲିସ କୌଣସି କାରଣରୁ ଅଟକ ରଖିଥିଲେ । ବ୍ୟକ୍ତିଜଣଙ୍କ କୃଷ୍ଣକାୟ ଥିଲେ । କେବଳ ଅଟକ ରଖିନଥିଲେ, ତାଙ୍କୁ ରାସ୍ତାରେ ପିଟିଥିଲେ ମଧ୍ୟ । ସେମାନଙ୍କ ମଧ୍ୟରୁ ଜଣେ କର୍ମୀ ତାଙ୍କ ମୁହଁକୁ ଟିଅର ଗ୍ୟାସ୍ ଥିବା ଏକ ଏସୟୁଭି ଟ୍ୟାଙ୍କରରେ ଭର୍ତ୍ତି କରିଦେଇଥିଲେ । ଏହାସହ ଗୋଇଠା ମଧ୍ୟ ମାରିଥିଲେ । ଏଥିରେ ଜେନିଭାଲଡୋ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଘଟଣା ପରେ ଶହଶହ ଲୋକେ ରାସ୍ତାକୁ ଓହ୍ଲାଇ ଅମାନବୀୟ କାଣ୍ଡ ଘଟାଇଥିବା ବ୍ରାଜିଲ ହାଇଓ୍ୱେ ଫେଡେରାଲ ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନେ ନ୍ୟାୟ ଦାବିରେ ଅଟଳ ରହିଛନ୍ତି । କିନ୍ତୁ ପୋଲିସ ବ୍ୟକ୍ତିଙ୍କୁ ମାଡ ମାରି ହତ୍ୟା କରିଥିବା ଘଟଣାକୁ ଖଣ୍ଡନ କରିଛି । ବ୍ୟକ୍ତିଜଣଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ । ତେଣୁ ତାଙ୍କ ଅଟକାଯାଇଥିଲା ପୋଲିସ ସଫେଇ ଦେଇଛି ।

ତେବେ ପୋଷ୍ଟ ମଟର୍ମ ରିପୋର୍ଟ ଅନୁସାରେ, ବ୍ୟକ୍ତିଙ୍କ ଶ୍ୱାସପ୍ରଶ୍ୱାସରେ ଯନ୍ତ୍ରଣା ହୋଇ ସେ ପ୍ରାଣ ହରାଇଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ