ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସର କାମ ନେଇ ଅଧିକ ବ୍ୟସ୍ତ ରହିବେ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।


ବୃଷ: ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ସମାରେହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କର ସଚ୍ଚୋଟତା ଦେଖି ପ୍ରଭାବିତ ହେବେ।


ମିଥୁନ: ଆପଣଙ୍କର ଧ୍ୟାନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ। ଆତ୍ମୀୟ ସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଚାକିରିଆଙ୍କର ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବ।


କର୍କଟ: ମନ ଅଶାନ୍ତି ମୁକ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ପରିବାର ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ଅଛି।


ସିଂହ: ଭାବିଥିବା କାମ ଧୀରେ ଧୀରେ ସଂପୂର୍ଣ୍ଣ ହେବ। ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।


କନ୍ୟା: ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। କ୍ୟାରିୟରରେ ନୂଆ ସୁଯୋଗ ପାଇବେ। ଅବିବାହିତଙ୍କର ବିବାହ ଲାଗି କଥାବାର୍ତ୍ତା ଆରମ୍ଭ ହେବ।


ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ରାସ୍ତାରେ ଯିବାବେଳେ ପ୍ରିୟବନ୍ଧୁ ସହ ଦେଖା ହୋଇପାରେ। ଜମି ସମସ୍ୟା ସମାପ୍ତ ହୋଇଯିବ।


ବିଛା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ ବେପାର କରିବାକୁ ଚାହୁଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ସମୟ ଲାଗିବ।


ଧନୁ: ଶକ୍ତିକୁ ଭଲ କାମରେ ଲଗାଇବେ। କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ ଦ୍ବାରା ଆପଣଙ୍କର କାମ ସଂପୂର୍ଣ୍ଣ ହେବ।


ମକର: କୌଣସି ଖୁସି ଖବର ପାଇବେ। ଅଫିସରେ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟତର ହେବେ।


କୁମ୍ଭ: ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ। କାମ ସଂପୂର୍ଣ୍ଣ କରିବା ଲାଗି ମୂଳରୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବାହନ ସାବଧାନତାର ସହ ଚଳାନ୍ତୁ।


ମୀନ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ନୂଆ ଲୋକଙ୍କ ସହ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।