ମନୋରଞ୍ଜନ ରାଜ୍ୟ

ମେଘନାଙ୍କ ବାୟୋପିକର ଟ୍ରେଲର କାନ୍ସରେ ରିଲିଜ ହେଲା

ରାଜ୍ୟରେ କିନ୍ନରଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିବା ମେଘନା ସାହୁଙ୍କ ଉପରେ ଆଧାରିତ ଚଳଚିତ୍ର ‘ଟି’ର ପୋଷ୍ଟର, ଟ୍ରେଲର କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ରିଲିଜ ହୋଇଛି। ଏଥିରେ ମେଘନାଙ୍କ ଭୂମିକାରେ ଦେବ ଏବଂ ମୀରା ପରିଡ଼ାଙ୍କ ଭୂମିକାରେ ଉଷସୀ ମିଶ୍ର ରହିଛନ୍ତି। ଜିତେନ୍ଦ୍ର କୁମାରଙ୍କ ପ୍ରଯୋଜିତ ଏବଂ ନିର୍ଦେଶିତ ଏହି ଚଳଚ୍ଚିତ୍ର ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ। ଜିତେନ୍ଦ୍ର କହିଛନ୍ତି, ‘ଟି’ ଚଳଚ୍ଚିତ୍ରଟି ମେଘନାଙ୍କ ଉପରେ ଆଧାରିତ ହେଲେ ମଧ୍ୟ ଏହା ସମୁଦାୟ କିନ୍ନର ସମାଜକୁ ପ୍ରତିନିଧିତ୍ବ କରୁଛି। ଗରିବ ପରିବାରରେ ଜନ୍ମ ହୋଇଛନ୍ତି ବିଷ୍ଣୁ। ତାଙ୍କ ଝିଅ ବ୍ୟବହାର ପାଇଁ ସେ ନିୟମିତ ଭାବରେ ବାପାଙ୍କ ଠାରୁ ମାଡ଼ ଖାଇବା ସହିତ ସହପାଠୀର ତାଚ୍ଛଲ୍ୟର ଶିକାର ହୋଇଥାଆନ୍ତି। ସେ କିନ୍ନର ଜଣାପଡ଼ିବା ପରେ କିଭଳି ଉତ୍‌ଥାନ-ପତନ ଦେଇ ତାଙ୍କ ଜୀବନ ଗତି କରିଛି ଏହାକୁ ନେଇ ‘ଟି’ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଓଡ଼ିଶାରେ ମଧ୍ୟ ଖୁବ ଶୀଘ୍ର ଏହାର ଟ୍ରେଲର ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ