ଦେଶ ବିଦେଶ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୧,୩୨୨ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦେଶରେ ପୁଣି ୪୧୩୨୨ କରୋନା ସଂକ୍ରମିତ ଚିହ୍ନଟ ହେବା ଫରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୫୧ ହଜାର ୧୧୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ୪୮୫ ଜଣଙ୍କର ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୬ ହଜାର ୨୦୦କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୮୭ ଲକ୍ଷ ୫୯ ହଜାର ୯୬୯ ଜଣ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ପୁଣି ୪୫ ହଜାରରୁ କମ୍‌ ରହିଛି। ସଂକ୍ରମଣ ମାମଲା ଲଗାତାର କମ୍‌ ରହୁଥିବାରୁ ସଂକ୍ରମଣର ଦ୍ବତୀୟ ଲହର ଆରମ୍ଭ ହୋଇଥିବ‌ା ନେଇ ଖୁବ୍‌ କମ୍‌ ଲକ୍ଷଣ ଦେଖିବାକୁ ମିଳୁଛି। ଦେଶରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇନାହିଁ। ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି।। କେବଳ ଦିଲ୍ଲୀରେ ହିଁ ଦ୍ବିତୀୟ ଲହର କଥା ଉଠୁଥିବା ବେଳେ ଅନ୍ୟ ଅଂଚଳରେ କେବଳ ପ୍ରଥମ ଲହର ଦୁର୍ବଳ ସ୍ଥିତିକୁ ଆସିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ