ଅପରାଧ ରାଜ୍ୟ

ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ: ଡୋର ଭାଙ୍ଗି ଟଙ୍କା କାଢୁଥିବାବେଳେ ବାଜିଲା ସାଇରନ୍, ଛାଡି ପଳାଇଲେ ଦୁର୍ବୃତ୍ତ

କୋରାପୁଟ ୨୬/୦୫: ATM ଭାଙ୍ଗି ଟଙ୍କାଲୁଟ କରିବା ଉଦ୍ୟମ ବିଫଳ । ସୁନାବେଡା ହାଲ ପରିସର ଆର-ଜୋନରେ ଥିବା SBI ATM ରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି । ରାତି ଦୁଇଟାରେ ହୋିଥିଲା ଏହି ଉଦ୍ୟମ । ପ୍ରଥମେ ଉପର ଡୋର ଓ ପରେ ତଳ ଡୋର ଭାଙ୍ଗି ଟଙ୍କା କାଢ଼ି ନେବାକୁ ଉଦ୍ୟମ କରିଥିଲେ ଲୁଟେରା । Atm ଭାଙ୍ଗି ଲୁଟ ଉଦ୍ୟମ କରିବାବେଳେ ହଠାତ ସାଇରନ ବାଜିବାରୁ ଲୁଟେରା ଘଟଣା ସ୍ଥଳରୁ ଚମ୍ପଟ ମାରି ଫେରାର ହୋଇଯାଇଛି ।

ହାଇଦ୍ରାବାଦ କଣ୍ଟ୍ରୋଲ କେନ୍ଦ୍ରରୁ ଖବର ଆସିବାପରେ ସୁନାବେଡା ଥାନା ପୋଲିସ ପେଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପୋଲିସ ଦଳ ପହଂଚିବା ଦେଖି ଚମ୍ପଟ ମାରିଲା ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଲୁଟ୍ ଉଦ୍ୟମକାରୀକୁ ଗିରଫ କରାଯିବ ବୋଲି ସୁନାବେଡା ଥାନା ଆଇଆଇସି ସମ୍ବିତ ବେହେରା ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।