ଅପରାଧ ରାଜ୍ୟ

ପୁଣି ଜଣେ ସାଇବର୍‌ ଠକେଇର ଶିକାର; ଫେସ୍‌ବୁକ୍‌ ହ୍ୟାକ୍‌ ପରେ ଆକାଉଣ୍ଟରୁ କଟିଲା ୧୧ ହଜାର ଟଙ୍କା

ସମ୍ବଲପୁର: ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିର ଆଶିଷ ଓରାମ ନାମକ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଗତ ଏପ୍ରିଲ୍‌ ୨୬ ତାରିଖ ଦିନ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍‌ କରି ଦେଇଥିଲା। କିନ୍ତୁ ସେ ତାଙ୍କ ଆକାଉଣ୍ଟ ରିକୋଭର କରି ଦେଇଥିଲେ ଏବଂ ତାଙ୍କ ମେଲ୍‌ ଆଇଡି ସହ ଯୋଡ଼ିଥିଲେ। ଗତ ମେ’ ୧୯ ତାରିଖ ଦିନ ଫୋନ୍‌ ପେ’ ମାଧ୍ୟମରେ ହଠାତ୍‌ ତାଙ୍କ ଆକାଉଣ୍ଟରୁ ୬ ହଜାର ଟଙ୍କା ଏବଂ ୨୧ ତାରିଖ ଦିନ ୫ ହଜାର ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ଠକେଇ ହୋଇଥିବା ଜାଣିବା ପରେ ସେ ରବିବାର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।