ଅପରାଧ ରାଜ୍ୟ

ଫାଟିଲା ପାରାଦୀପ ହଳଦିଆ ପାଇପ ଲାଇନ, ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା ପରିସ୍ଥିତି

ପାରାଦୀପ: ଫାଟିଲା ପାରାଦୀପ ହଳଦିଆ ପାଇପ ଲାଇନ। ପାଇପ୍‌ ଫାଟିବା ପରେ ଆଇ.ଓ.ସି.ଏଲ ଟାଉନସିପ୍ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ପାଇପ ଲିକ ବନ୍ଦ କରିବାକୁ ଲାଗି ପଡ଼ିଥିବା ବେଳେ ଏହା କାଠିକର ପାଠ ହୋଇପଡିଛି। ପାରାଦୀପ ତୈଳବିଶୋଧନାଗାର ଟାଉନସିପ ନିକଟରେ ଏହି ପାଇପଲାଇନ ଫାଟିଥିବା ସୂଚନା ରହିଛି। ହଳଦିଆ ପୋର୍ଟରୁ ପାରାଦୀପ ତୈଳବିଶୋଧନାଗାରକୁ ଆସିଥିବା ଅଶୋଧିତ ତୈଳର ପାଇପ ଲାଇନ କୌଣସି କାରଣବଶତଃ ଫାଟିଯିଵା ଫଳରେ ଭାରି ମାତ୍ରାରେ ତେଲ ଲିକେଜ ହେବା କାରଣରୁ ଏପରିସ୍ଥିତି ଉପୁଜିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।