ଅପରାଧ ରାଜ୍ୟ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ଓ ବିଦେଶୀ ମଦ ଜବତ, ୨ଗିରଫ

ଭଦ୍ରକ ୨୬/୦୫: ଅବକାରୀ ବିଭାଗ ଚଢ଼ାଉ, ଦୁଇ ଗିରଫ । ବିପୁଳ ପରିମାଣର ମଦ ଜବତ । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲା ।

ଧୂଷୁରୀ ଥାନା ଅନ୍ତର୍ଗତ ଲୁଣିଆ, ସହିଦନଗର, କୋଠାର, ଅସୁରାଳୀ ବଜାର ଏବଂ ଧାମନଗର ଥାନା ଅନ୍ତର୍ଗତ ଗୁଣୁପୁର, ତାଳସିଠା ଓ ଚିଙ୍ଗୁଡ଼ିପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇଥିଲା । ଚଢ଼ାଉ ବେଳେ ୪୫ ଲିଟର ବିଅର, ୧୩ ଲିଟର ବିଦେଶୀ ମଦ ଏବଂ ୩୦ ଲିଟର ଦେଶୀ ମଦ ଜବତ ହୋଇଛି ।

ଏଥିରେ ସମ୍ପୃକ୍ତ ମୋଟ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଧୂଷୁରୀ ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ରବୀନ୍ଦ୍ର ରାଉତ ଏବଂ ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗ୍ରାମର ହରିହର ମୁଣ୍ଡା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।