ଅପରାଧ ରାଜ୍ୟ

ଦିନ ମଜୁରିଆଙ୍କ ଗଛ ପ୍ରେମ; ତିଆରି କରିଛନ୍ତି ୨ ଏକରର ଜଙ୍ଗଲ

ସୁନ୍ଦରଗଡ଼: ମଣିଷ ଜୀବନ ପାଇଁ ଗଛର ମୂଲ୍ୟ କେତେ ! ତାର ହିସାବ ଉଗ୍ର ଆଧୁନିକତାର ଜାଲରେ ଛନ୍ଦି ହୋଇଥିବା ଅନେକ ସହରୀ ମଣିଷ ରଖନ୍ତି ନାହିଁ। କିନ୍ତୁ ପ୍ରକୃତି କୋଳରେ ବଢ଼ିଥିବା ଗାଁ ମଣିଷ ସୁବାସ କୁମାରର ସାଙ୍କ ପାଇଁ ଗଛ ଅମୂଲ ମୂଲ। ସେଥିପାଇଁ ତ ସେ ଗଛକୁ ଜୀବନ ଭରି ଭଲ ପାଆନ୍ତି। ୨୦ ବର୍ଷ ହେଲା ଲଗାଇ ଚାଲିଛନ୍ତି ଗଛ। ନିଜ ପୈତୃକ ଜମିରେ ଶାଳ, ପିଆଶାଳ, ମହୁଲ, ଚାର ପରି ମୂଲ୍ୟବାନ ଗଛ ଲଗାଇ ତିଆରି କରିଛନ୍ତି ୨ ଏକରର ଜଙ୍ଗଲ। ଯାହାକୁ ତାଙ୍କ ପ୍ରେମର ସନ୍ତକ ବୋଲି କୁହାଯାଇପାରେ। ଗଛ ମଣିଷ ଭାବେ ପରିଚିତ ୩୮ ବର୍ଷିୟ ଯୁବକ ସୁବାସଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ତିନିକୁଡ଼ା ଗାଁ। ପିଲାଦିନେ ତାଙ୍କ କାନରେ ଜଙ୍ଗଲ ସୁରକ୍ଷା କଥା ପଡ଼ିଥିଲା।

୧୯୮୬ରେ ତିନିକୁଡ଼ା ଗାଁରେ ଜଙ୍ଗଲ ସୁରକ୍ଷା ପାଇଁ ଗଠନ ହେଲା ବନ ସୁରକ୍ଷା ସମିତି। ସୁବାସଙ୍କ ବାପା ଗଜାଧର ସାଙ୍କ ନେତୃତ୍ବରେ ବନୀକରଣ ଓ ଜଙ୍ଗଲ ସୁରକ୍ଷା ଏକ ଆନ୍ଦୋଳନର ରୂପ ନେଇଥିଲା। ବାପାଙ୍କ ପଛେ ପଛେ ଚାଷ ଜମି ବା ଜଙ୍ଗଲ ସୁରକ୍ଷା ସଚେତନତା ସଭାକୁ ଗଲା ବେଳେ ସେ ବାବୁମାନଙ୍କ ମୁହଁରୁ ଗଛର ଉପକାରିତା କଥା ଶୁଣୁଥିଲେ। ରାତିରେ ଶୋଇଲା ବେଳେ ତାଙ୍କ ନିଷ୍ପାପ ମନକୁ ଗଛ କଥା ଆସୁଥିଲା। ଗଛ କେମିତି ନିରବରେ ଲୋକଙ୍କୁ ଜୀବନ ଓ ଜୀବିକା ଦେଇ ଚାଲିଛି, ସେ କଥା ତାଙ୍କୁ ଭାବବିହ୍ବଳ କରି ଦେଉଥିଲା। ବହିବସ୍ତାନୀ ଧରି ସ୍କୁଲ ଯିବା ବାଟରେ ଥିବା ବିଶାଳକାୟ ଗଛ ଓ ତା’ ଡାଳରେ କିଚିରିମିଚିରି କରି ଉଡ଼ି ବୁଲୁଥିବା ଚଢ଼େଇକୁ ଦେଖି ସେ ଖୁସି ହେଉଥିଲେ। ଧିରେ ଧିରେ ସେ ଗଛ ପ୍ରେମରେ ପଡ଼ିଗଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।