ଭୁବନେଶ୍ୱର ୨୬/୦୫: କଳିଙ୍ଗ ଘାଟି ଆକ୍ରମଣ ପରେ ଚେତିଲା ପରିବହନ ବିଭାଗ । ଦୁର୍ଘଟଣାର ରିପୋର୍ଟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମନ୍ତ୍ରୀ ପଦ୍ମନାଭ ବେହେରା । ଦୁର୍ଘଟଣା ରୋକିବା ପାଇଁ ଅଧିକ ବ୍ଲାକସ୍ପଷ୍ଟ ଚିହ୍ନଟ କରିବା ବିଭାଗ ପକ୍ଷରୁ ନିର୍ଦ୍ଦେଶ । ବିଶେଷ କରି କଳିଙ୍ଗ ଘାଟିରେ ଦୁର୍ଘଟଣା ରୋକିବା ପାଇଁ ପ୍ରାଥମିକ ସ୍ତରରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମନ୍ତ୍ରୀଙ୍କ ସୂଚନା ।
ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ। ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଲାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହି ଘାଟିରେ ଗାଡ଼ି ନେଇ ପାରିବେ। କେବଳ ପରାମର୍ଶ ରହୁଛି, ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନିଅନ୍ତୁ । ଏ ନେଇ ପୋଲିସ ଓ ପରିବହନ ବିଭାଗ ଟୁରିଷ୍ଟ ବସ ଡ୍ରାଇଭରମାନଙ୍କୁ ସଚେତନ କରିବେ ରୁଟ ପରିବର୍ତ୍ତନ କରିବାକୁ ।
ପଶ୍ଚିମବଙ୍ଗ, ଗୁଜୁରାଟ ପରି ପ୍ଲେନ ରାସ୍ତାରେ ଡ୍ରାଇଭରମାନେ ଗାଡ଼ି ଚଳାଉଥିବାରୁ, ସେମାନଙ୍କ ଘାଟିରେ ଗାଡ଼ି ଚଳାଇବାର ଅଭିଜ୍ଞତା ନଥିବା ଆମେ ଅନୁମାନ କରୁଛୁ । ତେବେ ଯାହା ପ୍ରାଥମିକ ଯାଞ୍ଚରୁ ଜଣାପଡୁଛି, ବ୍ରେକ ଫେଲ ହୋଇଥିଲା ।