ଅପରାଧ ରାଜ୍ୟ

ଚୋରୀ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ଘରମାଲିକ, ଅବସ୍ଥା ଗୁରୁତର

ଆନନ୍ଦପୁର ୨୬/୦୫: ଘଷିପୁରା ଥାନା ମିରିଗିମୁଣ୍ଡି ଗାଁରେ ଦୁଇ ମହଲା ଉପରେ ଚଢି ଘରମାଲିକଙ୍କୁ ଆକ୍ରମଣ କରିଛି ଜଣେ ଅଜଣା ଦୃର୍ବୃତ୍ତ । ଗୁରୁତର ଘର ମାଲିକ ନରହରୀ ସାହୁଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ନରହରି ନିଦ ଘର ଦିତିୟ ମହଲାରେ ଏକାକି ଶୋଇଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଅଜଣା ଦୃର୍ବୃତ୍ତ ସେଠାରେ ପହଁଞ୍ଚି ତାଙ୍କୁ ମାରଣାସ୍ତ୍ରରେ ମୁଣ୍ଡକୁ ହାଣି ପକାଇଥିଲା ।

ପରେ ପାଟିତୁଣ୍ଡ ହେବାରୁ ଦୃର୍ବୃତ୍ତ ସେଠାରୁ ଫେରାର ହୋଇଥିଲା । ତେବେ ୨ଦିନ ତଳେ ନରହରି ବ୍ୟାଙ୍କରୁ ୬୦ହଜାର ଟଙ୍କା ଉଠାଇ ଆଣି ଘରେ ରଖିଥିବାରୁ ସଂପୃକ୍ତ ଦୃର୍ବୃତ୍ତ ଚୋରୀ ଉଦେଶ୍ୟରେ ଘରେ ପଶିଥିବା ସଂଦେହ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।