ଭୁବନେଶ୍ୱର, ୧୬/୦୫: ନିଜର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଛୁଇଁଥିବା ଓଲିଉଡ଼ ଜଗତର ବଳିଷ୍ଠ ଅଭିନେତା ବିରାଜ ଦାସ ଆଉ ନାହାନ୍ତି । ବୁଧବାର ବିଳମ୍ବିତ ରାତିରେ ୬୩ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ଓଡ଼ିଆ ନାଟକ, ଧାରାବାହିକ, ଟେଲି ଫିଲ୍ମ ଏବଂ ଚଳଚ୍ଚିତ୍ରରେ ନିଜର ପ୍ରତିଟି ଚରିତ୍ରକୁ ଜୀବନ୍ତ କରିଥିଲେ ବିରାଜ ଦାସ । ‘ଭାଗବତ ଟୁଙ୍ଗୀ’ ତାଙ୍କ ପ୍ରଥମ ଓଡ଼ିଆ ନାଟକ ଥିଲା । ଏହା ବ୍ୟତୀତ ନାଟକ ‘ଦେଖ ବର୍ଷା ଆସୁଛି’, ‘ଝରା ବଉଳ’, ‘କପଟ ପାଶା’, ‘ବୋହୂ କଟକିଆଣି’, ଚଳଚ୍ଚିତ୍ର ‘ଗୋଳାମ ଗିରି’, ‘ମା ପରି କିଏ ହେବ’, ‘ଯା ଦେବୀ ସର୍ବଭୂତେଷୁ’, ‘ମୋ ଭାଇ ଜଗା’, ‘ପ୍ରେମ ବନ୍ଧନ’, ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’ ପ୍ରବୃତି ଚଳଚିତ୍ରରେ ସେ ନିକ୍ଷୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ।
ଶ୍ରୀ ଦାସଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତ ମର୍ମାହତ ହୋଇପଡ଼ିଛି । ବହୁ ବିଶିଷ୍ଠ କଳାକାର ତଥା ବ୍ୟକ୍ତି ବେଶେଷ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତଥା ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି

