ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରତି ୨ ମାସରେ କାମ ମାଗୁଛି ଖଣ୍ଡଗିରି ଫ୍ଲାଏଓଭର୍‌

ଭୁବନେଶ୍ବର: ପାଖାପାଖି ବର୍ଷେ ହେବ ଖଣ୍ଡଗିରି ଫ୍ଲାଏଓଭର୍‌ ଉପରେ ଗାଡ଼ି ଗଡ଼ିଲାଣି। ଅଥଚ ଫ୍ଲାଏଓଭର୍‌ କାମ ଏ ପର୍ଯ୍ୟନ୍ତ ସରି ପାରୁନି। ସହରର ଏହା ବୋଧେ ଏକମାତ୍ର ଓଭରବ୍ରିଜ୍‌, ଯାହା ପ୍ରତି ୨ରୁ ୩ ମାସରେ କାମ ମାଗୁଛି। ଫଳ‌ରେ ଓଭରବ୍ରିଜ୍‌ ରାସ୍ତାକୁ ଅଧା କିମ୍ବା ପୂରା ବନ୍ଦ କରିବାକୁ ପଡ଼ୁଛି ଓ ଫଳ ଭୋଗୁଛନ୍ତି ରାଜଧାନୀବାସୀ। ୩ ଦିନ ତଳେ, ପୁଣିଥରେ ଫ୍ଲାଏଓଭର୍‌ର ଭୁବନେଶ୍ବର-ଖୋର୍ଧା ପଟ ରାସ୍ତାକୁ ବନ୍ଦ କରାଯାଇ କାମ ଆରମ୍ଭ ହୋଇଛି। ଫଳରେ ଫ୍ଲାଏଓଭର୍‌ ତଳ ଖଣ୍ଡଗିରି ଟ୍ରାଫିକ୍‌ ଛକଠାରୁ କସ୍ମୋପଲିସ୍‌ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ହେଉଛି।

ଟ୍ରକ୍‌, ବସ୍‌ଠାରୁ ସମସ୍ତ ଭାରୀଯାନ ଓ ସହରର ଗାଡ଼ିଗୁଡ଼ିକ ଏହି ବାଟ ଦେଇ ଯାଉଥିବାରୁ ଏହି ରାସ୍ତା ସବୁବେଳେ ଜାମ୍‌ ରହୁଛି। ବେଶି ବିପଦ ସୃଷ୍ଟି କରୁଛନ୍ତି ରଙ୍ଗରୁଟ୍‌ରେ ଆସୁଥିବା ଗାଡ଼ି। କସ୍ମୋପଲିସ୍‌, ଡୁମୁଡୁମା ଓ ଯଦୁପୁର ଆଦି ଅଞ୍ଚଳରୁ ଆସୁଥିବା ଦୁଇଚକିଆ ଓ ଚାରିଚକିଆ ଗାଡ଼ିଗୁଡ଼ିକ ଏହି ବାଟ ଦେଇ ରଙ୍ଗରୁଟ୍‌ରେ ଯାତାୟାତ କରୁଥିବାରୁ ଏହି ରାସ୍ତା ମରଣଯନ୍ତା ପାଲଟି ଯାଇଛି। ଫ୍ଲାଏଓଭର୍‌ ତଳ ଗଳା ବାଟ ଦେଇ ବାଇକ୍‌ ଓ ଚାରିଚକିଆ ରାସ୍ତା ପାର୍‌ ହେଉଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଇଛି। ଅବଶ୍ୟ ଫ୍ଲାଏଓଭର୍‌ ତଳେ କିଛି ସ୍ଥାନକୁ ଖୋଳି ଦିଆଯାଇଥିବାରୁ କାର୍‌ଗୁଡ଼ିକ ଆଉ ସେବାଟ ଦେଇ ଆରପଟକୁ ଯାଇ ପାରୁନାହିଁ। କିନ୍ତୁ ବାଇକ୍‌ ଚାଳକଙ୍କୁ ଅଟକାଇବ କିଏ? ଏହା ଉପରେ ଗୁରୁତ୍ବ ଦିଆନଗଲେ ପୁଣି ଏହି ରାସ୍ତାରେ ମୁଣ୍ଡ ଗଡ଼ିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରାୟ ୧୫ଦିନ ପାଇଁ ଫ୍ଲାଏଓଭର୍‌ରେ କାମ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଭୁବନେଶ୍ବରରୁ ଖୋର୍ଧା ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ସର୍ଭିସ୍‌ ରୋଡ୍‌ରେ ଯିବେ ବୋଲି ଉଲ୍ଲେଖ ଅଛି। ମାତ୍ର ଦୁର୍ଭାଗ୍ୟର କଥା, ଫ୍ଲାଏଓଭର୍ କାମକୁ ଇତି ମଧ୍ୟରେ ବର୍ଷେ ପୂରିଥିଲେ ଉଭୟ ପାର୍ଶ୍ବରେ ଥିବା ସର୍ଭିସ୍ ରୋଡ୍‌ ମରାମତି କାମ ସଠିକ୍ ଭାବେ କରାଯାଇନାହିଁ। ଏନ୍‌ଏଚ୍‌ଏଆଇ ପାଖରୁ ଠିକାରେ କାମ ନେଇଥିବା ସଂସ୍ଥା ସର୍ଭିସ୍‌ ରୋଡ୍‌ରେ ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମାତ୍ର ବର୍ଷକ ମଧ୍ୟରେ ରାସ୍ତାର ଅବସ୍ଥା ବିଗିଡ଼ି ଗଲାଣି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।