ଖେଳ ରାଜ୍ୟ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପ୍ରସ୍ତୁତି: ୬ ଓ ୭ ନମ୍ବର ଗ୍ୟାଲେରିକୁ ମିଳିଲା ସୁରକ୍ଷା ପ୍ରମାଣପତ୍ର

କଟକ: ଅସୁରକ୍ଷିତ ଘୋଷଣା ହୋଇଥିବା ବାରବାଟୀ ଷ୍ଟାଡିୟମର ଗ୍ୟାଲେରି ନମ୍ବର ୭କୁ ସୁରକ୍ଷା ପ୍ରମାଣପତ୍ର ମିଳିଛି। ଏନ୍‌ପିସିସି ଦ୍ବାରା ଏହାର ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲାବେଳେ ଭୁବନେଶ୍ବରସ୍ଥିତ କ୍ୟାଡ କନସଲଟାନ୍ସି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଥିଲା। ମରାମତି କାର୍ଯ୍ୟକୁ ଖଡ଼ଗପୁରସ୍ଥିତ ଆଇଆଇଟିର ବୈଷୟିକ ଅଧିକାରୀମାନେ ଯାଞ୍ଚ କରି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ୭ ନମ୍ବର ଗ୍ୟାଲେରି ସହିତ ୬ ନମ୍ବର ଗ୍ୟାଲେରିର ମଧ୍ୟ ମରାମତି କରାଯାଇଛି। ଏହି ମରାମତିରେ ଥାଇଲାଣ୍ତ ଓ କାନାଡାରୁ ଅତ୍ୟାଧୁନିକ ସାମଗ୍ରୀ ଅଣାଯାଇ ଗ୍ୟାଲେରିରେ ବ୍ୟବହାର ହୋଇଛି। ଏହାଫଳରେ ଗ୍ୟାଲେରି ଏବେ ଅଧିକ ବର୍ଷ ପର୍ଯ୍ୟନ୍ତ ଭାରତ ସମ୍ଭାଳିପାରିବ ବୋଲି କୁହାଯାଇଛି।

୭ ନମ୍ବର ଗ୍ୟାଲେରିର କ˚କ୍ରିଟ ଭିତରେ ଲୁହାରଡ୍‌ ଗୁଡ଼ିକରେ ଜଙ୍କ୍‌ ଲାଗିଯାଇଥିଲା। ଯାହାଫଳରେ ରଡ୍‌ଗୁଡ଼ିକ ନଷ୍ଟ ହୋଇଯାଇଥିଲାବେଳେ ସିମେଣ୍ଟର ଯୋଡ଼ ଢିଲା ହୋଇଯାଇଥିଲା। ଯେଉଁଥିପାଇଁ ଗ୍ୟାଲେରିକୁ ଅସୁରକ୍ଷିତ ଘୋଷଣା କରାଯାଇ ୨୦୧୯ରେ ଭାରତ-େଵଷ୍ଟଇଣ୍ତିଜ ଦିନିକିଆ ମ୍ୟାଚ ବେଳେ ଦର୍ଶକଙ୍କୁ ଏଠାକୁ ଛଡ଼ା ଯାଇନଥିଲା। ତେଣୁ ମରାମତି ଆରମ୍ଭରୁ ବାଲିରେ ବ୍ରସ୍‌ କରାଯାଇ କାର୍ବନ ଫାଇବରରେ ରେଟ୍ରୋ ଫିଟି˚ କରାଯାଇଥିଲା। ଏଥିସହ ଜଙ୍କ୍‌ ନିରୋଧକ ରସାୟନ ସ୍ପ୍ରେ କରାଯାଇଥିଲା। କାର୍ବନ ଫାଇବରଗୁଡ଼ିକୁ ଥାଇଲାଣ୍ତରୁ ମଗାଯାଇଥିଲା। ଏହା ଷ୍ଟିଲ୍‌ଠାରୁ ୧୦ ଗୁଣ ଅଧିକ ଭାର ସମ୍ଭାଳିପାରିବ ବୋଲି କୁହାଯାଉଛି। ଏହି ଗ୍ୟାଲେରି ବାରବାଟୀ ଷ୍ଟାଡିୟମର ଐତିହ୍ୟ ବହନ କରୁଥିବାରୁ ଏହାକୁ ଭାଙ୍ଗିବାକୁ ବୈଷୟିକ ଅଧିକାରୀମାନେ ମନା କରିଥିଲେ। ଯେଉଁଥିପାଇଁ ମରାମତି ସମୟରେ ନୂତନ ଜ୍ଞାନକୌଶଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଏପରିକି ଗ୍ୟାଲେରି ମରାମତି କରିବା ଯନ୍ତ୍ରୀ ଦଳ ପାଇଁ ଏକ ଆହ୍ବାନ ଥିଲା ବୋଲି କୁହାଯାଇଛି। ବ୍ରିଜ୍‌, ଏୟାରପୋର୍ଟ ଇତ୍ୟାଦି ମରାମତିରେ କାର୍ବନ ଫାଇବର ବ୍ୟବହାର କରାଯାଉଥିବାରୁ ଗ୍ୟାଲେରି ମରାମତିରେ ମଧ୍ୟ ଏହି ଜ୍ଞାନକୌଶଳ ପ୍ରୟୋଗ ପାଇଁ ଯନ୍ତ୍ରୀମାନେ ସ୍ଥିର କରିଥିଲେ। ଯାଞ୍ଚ ବେଳେ ଦେଖାଯାଇଥିଲା ଯେ, ରଡ ଦୁର୍ବଳ ହୋଇଯାଇଥିବାରୁ ସିମେଣ୍ଟଗୁଡ଼ିକ ନଷ୍ଟ ହୋଇଯାଇଥିଲା। କ˚କ୍ରିଟର ଘନତ୍ବ କମିଯାଇଥିବାରୁ ଏହାକୁ ଭାଙ୍ଗିଯିବାରୁ ରକ୍ଷା କରିବା ପାଇଁ କାନାଡାରୁ ଏକ ରାସାୟନିକ ଲେପ ଅଣାଯାଇଥିଲା। ଏହି ରସାୟନ ଦ୍ବାରା କ˚କ୍ରିଟ ଅଧକ ମଜବୁତ ରହିବା ସହ ଯୋଡ଼ ମଜବୁତ ରହିବ। ମରାମତି କାର୍ଯ୍ୟ ଚାଲୁ ରହିବା ସମୟ ମଧ୍ୟରେ ଆଇଆଇଟି ଖଡ଼ଗପୁରର ଯନ୍ତ୍ରୀ ଦଳ ନିୟମିତ ଅନ୍ତରାଳରେ ଏଠାକୁ ଆସି କାର୍ଯ୍ୟର ସମୀକ୍ଷା କରୁଥିଲେ। ମରାମତି ଶେଷ ହେବା ପରେ ବିଶେଷଜ୍ଞଙ୍କ ଦ୍ବାରା ଏହାର ସୁରକ୍ଷା ଜନିତ ଦିଗକୁ ଯାଞ୍ଚ କରିବା ପରେ ପ୍ରମାଣପତ୍ର ଦିଆଯାଇଥିବା ଓସିଏ ସୂତ୍ରରୁ ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ