ଅପରାଧ ରାଜ୍ୟ

ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ/ଭୁବନେଶ୍ବର: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ହଷ୍ଟେଲ ଛାତରୁ ଏମ୍‌ବିବିଏସ୍‌ ଛାତ୍ର ମୃତ୍ୟୁ ଘଟଣାନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜରେ ଛାତ୍ର ମୃତ୍ୟୁ ‌ନେଇ ପୁରୀ ଜିଲ୍ଲା ପିପିଲି ନିବାସୀ ତଥା ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନ୍‌ଆରଏଚ୍‌ସିରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ଗତମାସ ଏପ୍ରିଲ ୨୨ ତାରିଖ ଅପରାହ୍ନ ସମୟରେ ଭୀମଭୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାାର ହଷ୍ଟେଲରେ ମଧ୍ୟାହ୍ନ ଭୋଜନ କରିଥିଲେ। କିନ୍ତୁ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହରିୟାଣାର ନିବାସୀ ଥିଲେ ଏବଂ ମେଡିକାଲ କଲେଜର ନ୍ୟୁ ଏବଜ୍‌ ହଷ୍ଟେଲରେ ରହୁଥିଲେ।

ତେବେ ମଧ୍ୟାହ୍ନ ଭୋଜନ ପରେ ଛାତ ଉପରକୁ କାହିଁକି ଯାଇଥିଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି। ମେଡିକାଲ୍ ଛାତ୍ର ନିଶାନ୍ତ କୁମାରଙ୍କ ଛାତରୁ ପଡି ମୃତ୍ୟୁ ହୋଇଥିଲା। ରାଗିଂକୁ ନେଇ ଛାତ୍ର ଜଣକ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।